କନ୍ଧମାଳ,ଜି.ଉଦୟଗିରି , (ପ୍ରତାପ ଚନ୍ଦ୍ର ପାଢୀ) ଆଜି ଜି.ଉଦୟଗିରି ପୋଲିସ ୨୨ କେଜି ଗଞ୍ଜେଇ ସହ ଚାରୋଟି ବାଇକ ଜବତ କରି ଛଅ ଜଣକୁ ଗିରଫ କରିଥିବା ଜଣାପଡିଛି।ଗିରଫ ଛଅ ଜଣକ ମଧ୍ୟରୁ ପାଞ୍ଚ ଜଣ ବାଲିଗୁଡା ଅଞ୍ଚଳର ହୋଇଥିବାବେଳେ ଜଣେ ସାରଙ୍ଗଗଡ଼ ଅଞ୍ଚଳର ବୋଲି ଜଣାପଡିଛି।ବିବରଣୀରୁ ପ୍ରକାଶ ଯେ ଆଜି ସକାଳ ନଅଟା ସମୟରେ ଜି.ଉଦୟଗିରି ପୋଲିସ କଳିଙ୍ଗିଆ ପିଡବ୍ଲୁଡି ବଙ୍ଗଳା ନିକଟରେ ନାକା ଡ୍ୟୁଟି କରିବା ସମୟରେ ବାଇକ ଯାଞ୍ଚ କରୁଥିଲେେ।ଯାଞ୍ଚ ସମୟରେ ବାଲିଗୁଡା ଅଞ୍ଚଳର ସୂରେଶ ଦିଗାଳ(୨୪),ପ୍ରଦୀପ ପ୍ରଧାନ(୩୩),ବିନୋଦ ଦିଗାଳ(୩୫),ପଦ୍ମିନୀ ଦିଗାଳ(୩୧), ଦେବାନନ୍ଦ ଦିଗାଳ(୨୨) ଏବଂ ସାରଙ୍ଗଗଡ଼ ଅଞ୍ଚଳର ବସନ୍ତ ଜେନା(୪୦)ଙ୍କ ବାଇକରୁ ମୋଟ ୨୨ କେଜି ଗଞ୍ଜେଇ ଜବତ କରିଥିଲେ।
ଗଞ୍ଜେଇ ଚୋରା ଚାଲାଣରେ ବ୍ୟବହୃତ ଚାରୋଟି ବାଇକ ନଂ ଓଡି୦୭ ଜାଡ ୩୭୧୭,ଓଡି୧୨ ୯୨୫୪,ଓଡି୨୫ ଡି ୭୨୯୯ ଏବଂ ଗୋଟିଏ ନମ୍ବର ବିହୀନ ଗାଡି ଅଟେ।ଏହି ଘଟଣାରେ ବିନୋଦ ଦିଗାଳ ଓ ସ୍ତ୍ରୀ ପଦ୍ମିନୀ ଦିଗାଳ ସହ ସମସ୍ତ ଛଅ ଜଣକୁ ଗିରଫ କରିଥିଲେ।
ଏନେଇ ଥାନା କେସ ନଂ ୮୯/୨୦, U/S ୨୦(b)(ii),B/୨୫ NDPS ଧାରାରେ ଏକ ମାମଲା ରୁଜୁ କରି ଆସନ୍ତାକାଲି କୋର୍ଟ ଚାଲାଣ କରାଯିବାନେଇ ଥାନା ଅଧିକାରୀ ନରେଶ କୁମାର ସାହୁ ସୂଚନା ଦେଇଛନ୍ତି।
କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ, ସ୍ବାମୀ ସ୍ତ୍ରୀ ସହ ଛଅ ଗିରଫ
Click for Any Complaint Regarding This News
AAA Online Services