“ଏ ନୟନ କଣ ନ ଦେଖିଲା” ନିଜ ବାରଣ୍ଡା ଭାଙ୍ଗିଲେ ଗ୍ରାମବାସୀ : ଗାଁ ଭିତରକୁ ରାସ୍ତା ପ୍ରଶସ୍ଥ ପାଇଁ ଗାଁ ରେ ନିଷ୍ପତ୍ତି ନିଆଗଲା

Advertisement
Advertisement
Click for Any Complaint Regarding This News
AAA Online Services

ପଦ୍ମପୁର:- ଗ୍ରାମ୍ୟ ଉନ୍ନୟନ ଏବଂ ରାସ୍ତା ନବୀକରଣ ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ର ଖର୍ଚ୍ଚାନ୍ତ କରୁଥିଲେ ହେଁ ସଫଳ ହୋଇପାରୁ ନାହାନ୍ତି । ହେଲେ ଏଠି ନିଜ ପ୍ରୟାସ ରେ ଗାଁ ରାସ୍ତା ପ୍ରଶସ୍ତ କରିବା ପାଇଁ ନିଜ ଘର ବାରଣ୍ଡା ଏବଂ କାନ୍ଥ ଭାଙ୍ଗିଛନ୍ତି ନିଜେ ଗ୍ରାମ ବାସୀ । ବର୍ତ୍ତମାନ ଗ୍ରାମ୍ୟ ବିକାଶ ଏବଂ ଉନ୍ନୟନ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ହେଲେ ମଧ୍ୟ ସଫଳତା ର ଶିର୍ଷ ରେ ପାଦ ଥାପି ପାରୁନାହାନ୍ତି । କେଉଁଠି ଲୋକେ ନିଜ ଜାଗା ଛାଡିବା ପଇଁ ଅମଙ୍ଗ ତ ଆଉ କେଉଁଠି ଜବର ଦଖଲ କରାଯାଇଛି ସରକାରୀ ରାସ୍ତା ।ହେଲେ ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ବଲାଙ୍ଗିର ଗାଁ ର ଦୃଶ୍ୟ ଟିକେ ନିଆରା । ସବୁଜିମା ରେ ଲହଡି ମାରୁଥିବା ଧାନ ଏବଂ ଜଙ୍ଗଲ ର ସୌନ୍ଦର୍ଯ୍ୟ ଭରା ଏକ ପଲ୍ଲି ଗ୍ରାମ । ଗ୍ରାମ ରେ ପ୍ରାୟ ଲୋକ ଚାଷ କାମ ଉପରେ ନିର୍ଭର କରିଥାନ୍ତି । ଏ ନେଇ ଗାଁ ରେ ପ୍ରାୟ ୩୦ ରୁ ଅଧିକ ଟ୍ରାକ୍ଟର ଅଛି ।କିନ୍ତୁ ଗାଁ ର ରାସ୍ତା ପ୍ରସସ୍ଥ ନଥିବାରୁ ଲୋକଙ୍କୁ ଚାଷ ଅମଳ ହେଉ ଅବା ଚାଷ ଆରମ୍ଭ ରେ ଯାତାୟାତ କ୍ଷେତ୍ରରେ ଅନେକ ଅସୁବିଧା ପରିଲକ୍ଷିତ ହେଉଥିଲା । ଏ ନେଇ ଗାଁ ରେ ମିଟିଂ କରାଯାଇ ଲୋକେ ସର୍ବ ସମ୍ମତି କ୍ରମେ ରାସ୍ତା କୁ ବାହାରିଥିବା ନିଜ ନିଜର ଘର ବାରଣ୍ଡା ରୁ କିଛି କିଛି ଯାଗା ଗାଁ ରାସ୍ତା ପ୍ରଶସ୍ତି କରଣ ପାଇଁ ଦେବାକୁ ମନସ୍ଥ କରିଥିଲେ । ଏବଂ ବର୍ତ୍ତମାନ ନିଜେ ନିଜେ ଗ୍ରାମ ବାସୀ ମାନେ ନିଜ ଘର ବାରଣ୍ଡା, ବାଡି କାନ୍ଥ ଆଦି ଭାଙ୍ଗିବା ସହ ଗାଁ ରାସ୍ତା ଚଉଡା କରି ଅନ୍ୟ ମାନଙ୍କ ପାଇଁ ଗ୍ରାମ୍ୟ ଉନ୍ନୟନ ର ଏକ ଉଦାହରଣ ପାଲଟିଛନ୍ତି। ଏ ମହତ କାର୍ଯ୍ୟ ସକାଶେ ସରପଂଚ ମଧ୍ୟ ଗ୍ରାମବାସୀ ଙ୍କୁ ପ୍ରଶଂସା ସହ ଗାଁ ବିକାଶ ପାଇଁ ଏହା ଏକ ସ୍ମରଣିୟ ପଦକ୍ଷେପ ବୋଲି କହିଛନ୍ତି । ବରଗଡ଼ ଜିଲ୍ଲା ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା l

Please Share

Leave a Reply

Your email address will not be published. Required fields are marked *