ନିର୍ବାଚନ ଫଳାଫଳ : ମୋଦି କିରଣରେ ପୁନଃ କମଳ ପ୍ରଷ୍ଫୁଟିତ

Advertisement
Advertisement
Click for Any Complaint Regarding This News
AAA Online Services

ସାରା ଭାରତର ଅନେକ ରାଜ୍ୟରେ ହୋଇଥିବା ଉପନିର୍ବାଚନର ଆଜି ଫଳାଫଳ ଆସିଛି । ଏଠାରେ ସୂଚନାଯୋଗ୍ୟ ଯେ ବିହାର ବିଧାନସଭା ନିର୍ବାଚନ ସହ  ମଧ୍ୟପ୍ରଦେଶ , ଗୁଜୁରାଟ, ଉତ୍ତର ପ୍ରଦେଶର, ମଣିପୁର ,ତେଲେଙ୍ଗାନା, କର୍ଣ୍ଣାଟକ ଉପନିର୍ବାଚନର ଭୋଟ ପ୍ରାୟ ଗଣତି ଶେଷ ହୋଇ ସାରିଛି ।ତେବେ ଅନେକ ରାଜ୍ୟରେ ହୋଇଥିବା ଉପନିର୍ବାଚନ ଓ ବିହାର ନିର୍ବାଚନ ରେ ବିଜେପି ବହୁତ୍ ଭଲ ପ୍ରଦର୍ଶନ କରିଅଛି । ମୋଦୀଙ୍କ ମ୍ୟାଜିକ୍ ଆଉ ଥରେ ବିଜେପିକୁ ବିଜୟ ପ୍ରଦାନ କରିଥିବା ବିଜେପିର ଅନେକ ତୁଙ୍ଗ ନେତା ପ୍ରକାଶ କରିଅଛନ୍ତି। ତେବେ ଏଠାରେ ସୂଚନାଯୋଗ୍ୟ ଯେ ଓଡ଼ିଶା ଓ ଝାଡ଼ଖଣ୍ଡ ଉପନିର୍ବାଚନ ରେ ବିଜେପି ନିଜର ବିଜୟ ଯାତ୍ରା କାୟମ ରଖିବାରେ ସଫଳ ହୋଇପାରି ନାହିଁ ।

  1. ବିହାର : ବିହାରରେ ବିଧାନ ସଭା ନିର୍ବାଚନର ଗଣତି ପ୍ରାୟ ଶେଷ ହୋଇଛି ଏଠାରେ ଏନ ଡି ଏ ଓ ମହମେଣ୍ଟ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା ତେବେ ଦିନ ସାରାର ଭୋଟ ଗଣତି ପରେ ଏନ.ଡି.ଏର ବିଜୟ ପ୍ରାୟ ସୁନିଶ୍ଚିତ ଜଣା ପଡ଼େ । ବହୁମତ ପାଇଥିବା ଏନ.ଡି.ଏ ପୁନଃ ସରକାର ଗଠନ କରିବା କୁ ଯାଉଅଛି । ସର୍ବଶେଷ ଖବର ମୁତାବକ ଏନ.ଡି.ଏ 125 ଆସନରେ ଆଗୁଆ କିମ୍ବା ବିଜୟ ଲାଭ କରିଥିବା ବେଳେ ମହାମେଣ୍ଟ 110 ଆସନରେ ଆଗୁଆ କିମ୍ବା ବିଜୟ ଲାଭ କରିଅଛି ।
  2. ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ୨୮ ଟି ଆସନରେ ନିର୍ବାଚନ ଭୋଇଥିବା ସମୟରେ ବିଜେପି ୧୨ ଟି ଆସନ ଜିତି ସାରିଥିବା ସମୟରେ ୮-୯ ଟି ଆସନରେ ଆଗୁଆ ରହିଛି ଓ ଏହି ଆସନ ଗୁଡ଼ିକ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହା ସହ ଶିବରାଜ ସିଂ ଚୌହାନ ନିଜ ସରକାର ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି । କଂଗ୍ରେସ ୮ ଟି ଆସନରେ ଆଗୁଆ ଥିବା ବେଳେ ୧ ଟି ଆସନ ଜିତି ସାରିଛି ।
  3. ଗୁଜୁରାଟ : ଗୁଜୁରାଟରେ ୮ ଟି ଆସନରେ ନିର୍ବାଚନ ଭୋଇଥିବା ସମୟରେ ବିଜେପି ୮ ଟି ଆସନରେ ଅର୍ଥାତ୍ ସମସ୍ତ ଆସନରେ ଜୟଯୁକ୍ତ ହୋଇଛି
  4. ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶ ରେ ୭ ଟି ଆସନରେ ନିର୍ବାଚନ ଭୋଇଥିବା ସମୟରେ ବିଜେପି ୬ ଟି ଜିତିଥିବା ବେଳେ ସମାଜବାଦୀ ପାର୍ଟି ୧ ଟି ଆସନ ହାତେଇବାରେ ସଫଳ ରହିଛି ।
  5. ମଣିପୁର :  ମଣିପୁର ୪ ଟି ଆସନରେ ନିର୍ବାଚନ ଭୋଇଥିବା ସମୟରେ ବିଜେପି ୩ ଟି ଆସନରେ ଜୟଯୁକ୍ତ ହୋଇଅଛି ଓ ଗୋଟିଏ ଆସନରେ ସ୍ଵାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତୀ ।
  6. କର୍ଣ୍ଣାଟକ : କର୍ଣ୍ଣାଟକ ରେ ୨ ଟି ଆସନରେ ନିର୍ବାଚନ ଭୋଇଥିବା ସମୟରେ ବିଜେପି ୨ ଟି ଆସନରେ ବିଜୟୀ ହୋଇଛି ।
  7. ଓଡିଶା : ଓଡିଶାରେ ୨ ଟି ଆସନରେ ନିର୍ବାଚନ ଭୋଇଥିବା ସମୟରେ ଶାସକ ଦଳ ବିଜେଡ଼ି ୨ ଟି ଆସନରେ ଜୟଯୁକ୍ତ ହୋଇଛି ।
  8. ଝାଡ଼ଖଣ୍ଡ : ଝାଡ଼ଖଣ୍ଡରେ ୨ ଟି ଆସନରେ ନିର୍ବାଚନ ଭୋଇଥିବା ସମୟରେ କଂଗ୍ରେସ ୧ ଟି ଆସନରେ ଓ ଜେ.ଏମ.ଏମ ୧ ଟି ଆସନରେ ଜୟଯୁକ୍ତ ହୋଇଛି ।
  9. ତେଲେଙ୍ଗାନା : ତେଲେଙ୍ଗାନାରେ ୧ ଟି ଆସନରେ ନିର୍ବାଚନ ଭୋଇଥିବା ସମୟରେ ବିଜେପି ୧ ଟି ଆସନରେ ଜୟଯୁକ୍ତ ହୋଇଛି ।
Please Share

Leave a Reply

Your email address will not be published. Required fields are marked *