ମୋବାଇଲ ଦୋକାନରେ ଲାଗିଲା ନିଆଁ, ଲକ୍ଷlଧିକ ଟଙ୍କା ର ମୋବାଇଲ ସହ ବିଭିନ୍ନ ସାମଗ୍ରୀ ସମ୍ପୂର୍ଣ୍ଣ ନଷ୍ଟ

Advertisement
Advertisement
Click for Any Complaint Regarding This News
AAA Online Services

ଛତ୍ରପୁର (କ୍ରାନ୍ତି ଓଡିଶା) (ସନ୍ତୋଷ କୁମାର ସାହୁ) :ଛତ୍ରପୁର ମେଇନ ଠାରେ ଥିବା ଶ୍ରୀରାମ ମୋବାଇଲ ଏଣ୍ଡ ରିପେରିଂ ଦୋକାନ ରେ ହଠାତ ରାତ୍ର 10ଟାରେ ସଟ ସର୍କିଟ ନିଆଁ ଲାଗିଲା ଯାଇ ଲକ୍ଷlଧିକଟଙ୍କାର ମୋବାଇଲ ସହ ବିଭିନ୍ନ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି l ରାତ୍ର ଦୋକାନ ବନ୍ଦ ଥିବା ହଠାତ ଢ଼ୋ ଢା ଶବ୍ଦ ହୋଇ ନିଆଁ ଲାଗିଥିବା ରୁ ସ୍ଥାନୀୟ ବାସିନ୍ଦା ମାନେ ଭୟଭୀତ ହୋଇଯାଇଥିଲେ l ନିଆଁ ପ୍ରକୋଷ୍ଟ ଏତେ ଜୋର ଥିଲା ଯେ ତାଙ୍କ ପଡୋଶୀ ଦୋକାନ ତଥା ଫୋଟ ଡିଲେକ୍ସ ସ୍ଟୁଡ଼ିଓ କୁ ମଧ୍ୟ ନିଆଁ ଲାଗିଥିଲା l ଏହା ଦେଖି ସ୍ଥାନୀୟ ବାସିନ୍ଦା ଓ ଛତ୍ରପୁର ଫାୟାର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଁଚି ନିଆଁ କୁ ଆୟତ୍ତ କରିବା ନିମନ୍ତେ ପାଣି ପକାଇ ବା ବିଭିନ୍ନ ଉପାୟ ରେ କାର୍ଯ୍ୟ କରିଥିଲେ l ମୋବାଇଲ ଦୋକାନ ର ପଡୋଶୀ ଦୋକାନ ତଥା ଫୋଟ ଡିଲେକ୍ସ ସ୍ଟୁଡ଼ିଓ ର ଅଳ୍ପ କିଛି ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡିଛି l ଘଟଣା ସ୍ଥଳରେ ସ୍ଥାନୀୟ ବାସିନ୍ଦା ଓ ସ୍ଟୁଡ଼ିଓ ର ମାଲିକ ପହଁଚି କ୍ୟାମେରା ଠାରୁ ଆରମ୍ଭ ବିଭିନ୍ନ ସାମଗ୍ରୀ ବାହାରକୁ ବାହାର କରିଥିଲେ lଶ୍ରୀରାମ ମୋବାଇଲ ଏଣ୍ଡ ରିପେରିଂ ମୋବାଇଲ ଦୋକାନ ରେ ରହିଥିବା ସମସ୍ତ ମୋବାଇଲ ସହ ବିଭିନ୍ନ ସାମଗ୍ରୀ ପୋଡି ନଷ୍ଟ ହୋଇଥିଲା ଜଣାପଡିଛି l ପ୍ରାୟ ଦୁଇ ରୁ ତିନି ଲକ୍ଷ ଟଙ୍କା ର ବିଭିନ୍ନ ସାମଗ୍ରୀ ନିଆଁ ରେ ପୋଡି ନଷ୍ଟ ହୋଇଥିବାର ପ୍ରାଥମିକ ଅନୁସନ୍ଧାନ ରୁ ଜଣାପଡିଛି l ମୋବାଇଲ ଦୋକାନ ର ମାଲିକ ରାମ ଚନ୍ଦ୍ର ପଲାଇ ବୋଲି ଜଣାପଡିଛି l

Please Share

Leave a Reply

Your email address will not be published. Required fields are marked *