ଗରିବ ଝିଅ…..

Advertisement
Advertisement
Click for Any Complaint Regarding This News
AAA Online Services

**ଗରିବ ଝିଅ**
(କବି କେଶବ ଚନ୍ଦ୍ର ନାୟକ)
………………………………
ଗରିବ ଝିଅ ଇ ବାରବାର
ଝୁଣ୍ଟୁଥାଏ ଚଲାପଥରେ….
ପ୍ରତି ପାଦେ ପାଦେ କଣ୍ଟା
କ୍ଷତାକ୍ତ କରୁଥାଏ ତାକୁ….!!
ସେ କେବେ ମନ୍ଦିରର ଦେବଦାସୀଟିଏ ହୋଇ
ଜଳୁଥାଏ ପୁରୁଷର କାମନା ନିଆଁରେ
କେବେ ପେଟ ପାଇଁ ବନ୍ଧା ପଡିଯାଏ
ବାଇଜୀ କୋଠିରେ….!!
ତା ଆଖିରେ ଆଶଙ୍କାର ଘୂର୍ଣ୍ଣି ଝଡ
ଭାଙ୍ଗୁଥାଏ ସ୍ବପ୍ନର ମହାଦ୍ରୁମ
ଚୁରିମାର କରୁଥାଏ ତା’ସୁଖର
ଆଗତ ଭବିଷ୍ଯତ ଯେତେ
ସେ କେବେ ତା ସତୀତ୍ବ ପାଇଁ
ବାରମ୍ବାର ଅଗ୍ନି ପରୀକ୍ଷା ଦେବାକୁ ପଡେ
କେବେ ଗୋଟା ପଣେ ଜଳିଯାଏ
ଯଉତୁକ ଜୁଇରେ
ବ୍ଯାକୁଳ ଆର୍ତ୍ତନାଦ କରି…!!
କେବେ କେଉଁ ଧାନ ବିଲରେ
କାମ କରୁ କରୁ କାମାନ୍ଧମାନଙ୍କ ଶିକାର ହୋଇ
ନ୍ଯାୟ ମାଗି ମାଗି ହାରିଯାଏ ଗିରିବ ଝିଅ
ବାପାଟା ଅସହାୟ ମଣି
ଗୁହାର କରି କରି
ପାଗଳ ହୋଇ ମରିଯାଏ
ଗରିବ ରୂପକ ତାଡନାରେ
ବିକୁ ଫଟା ଚିତ୍କାର କରି…!!
ଗରିବର ଗୁହାରୀ
ସମସ୍ତଙ୍କୁ ତାତ୍ସଲ୍ଯ ଲାଗେ…..
ଗଣ ମାଧ୍ଯମ ବି ଏବେ
ଧନିକର ପଦ ମଞ୍ଚାଳନରେ ବ୍ଯସ୍ତ
ଗରିବ ସମସ୍ଯା ପ୍ରତି ଅଣ ଦେଖା
ତେଣୁତ ଗରିବ ଝିଅଟି ଅତ୍ଯାଚାରିତ
ହୋଇ ଆଖି ବୁଜୁଥାଏ ପ୍ରତି ମୁହୂର୍ତ୍ତରେ….!!
(ସଭାପତି,ଉତ୍କଳ ସାହିତ୍ଯ ସଂସଦ,ମାଲକାନଗିରି)

Please Share

Leave a Reply

Your email address will not be published. Required fields are marked *