କୋଭିଡ୍ ପ୍ରତିଷେଧକ ଟୀକା ପାଇଁ ସାରା ବିଶ୍ୱ ଚାତକ ଭଳି ଚାହିଁ ରହିଥିବା ସମୟରେ ପିଫାଇଜର ନାମକ ଏକ ବିଶ୍ଵ ବିଖ୍ୟାତ ଔଷଧ ନିର୍ମାତା କମ୍ପାନୀ କୋଭିଡ୍ ପ୍ରତିଷେଧକ ଟୀକା ସମ୍ବନ୍ଧିତ ଏକ ଭଲ ଖବର ଦେଇଛି । ପିଫାଇଜର ଓ ବାଇଓ-ଏନ-ଟେକ୍ ନାମକ ଦୁଇଟି କମ୍ପାନୀର ମିଳିତ ଭାବେ ପ୍ରସ୍ତୁତ ଟୀକା କରୋନା ରୋକିବାରେ ୯୦ ପ୍ରତିଶତ ପ୍ରଭାବି ହେବା ନେଇ ନିର୍ମାତାଙ୍କ ପକ୍ଷରୁ ଦାବି କରାଯାଇଛି ।ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ଟୀକା ଏବେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଦେଇ ଗତି କରୁଅଛି । ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣରୁ ଏହି ତଥ୍ୟ ସାମନାକୁ ଆସିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।ତେବେ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣରେ ଏହା କେତେ ମାତ୍ରାରେ ପ୍ରଭାବି ହେବ ସେ ନେଇ ଚିତ୍ର ସ୍ପଷ୍ଟ ହୋଇଛି ବୋଲି ପି – ଫାଇଜରର ସିଇଓ ଆଲବର୍ଟ କହିଛନ୍ତି ଏଥିସହ ଖୁବ୍ ଶୀଘ୍ର ବିଶ୍ୱରେ ଦେଖା ଦେଇଥିବା ସ୍ୱାସ୍ଥ୍ୟ ସମସ୍ୟାକୁ ଶେଷ କରିବାରେ ନିକଟତର ହେବେ ବୋଲି ଆଶା ପ୍ରକଟ କରିଛନ୍ତି । ଏହି କମ୍ପାନୀ ୨୦୨୦ରେ ୫୦ ମିଲିୟନ ଡୋଜ୍ ଓ ୨୦୨୧ରେ ୧.୩ ବିଲିୟନ ଡୋଜ୍ ଯୋଗାଇ ପାରିବ ବୋଲି ସେ ଆକଳନ କରିଛନ୍ତି ।
BIG NEWS : ଖୁବ୍ ଶୀଘ୍ର ଆସୁଛି କରୋନା ଟିକା ; ୨୦୨୦ ରେ ଉତ୍ପାଦନ ଆରମ୍ଭ କରିବ ପିଫାଇଜର
Click for Any Complaint Regarding This News
AAA Online Services