ସରକାରଙ୍କ ଆଦିବାସୀ ଦମନ ନୀତି ପ୍ରତିବାଦରେ ଆଦିବାସୀ ମହାସଂଘ ର ଆନ୍ଦୋଳନ ଡ଼ାକରା

Advertisement
Advertisement
Click for Any Complaint Regarding This News
AAA Online Services

ବଲାଙ୍ଗୀର : କେନ୍ଦ୍ରସରକାର ଏବଂ ରାଜ୍ୟ ସରକାରଙ୍କ ଆଦିବାସୀ ବିରୋଧୀ କାର୍ଯ୍ୟପନ୍ଥା ଯଥା ଆଦିବାସୀ ମାନଙ୍କୁ ବିଭିନ୍ନ ଖଣିଖାଦାନ ନଦୀ ବନ୍ଧ ଯୋଜନା,ପାର୍କ, ଅଭୟାରଣ୍ୟ, ଶିଳ୍ପ,କଲକାରଖାନା, ମୂର୍ତ୍ତି ପ୍ରତିଷ୍ଠା ଆଲରେ ବଲ ପ୍ରୟୋଗ କରି ବିସ୍ଥାପିତ କରିବା, କ୍ଷତିପୂରଣ ଥଇଥାନ ପୂନର୍ବାସ ବ୍ୟବସ୍ଥା ନ କରିବା, ଆଦିବାସୀ ମାନଙ୍କୁ ଜବର ଦସ୍ତି ଜଙ୍ଗଲ ରୁ ଉଚ୍ଛେଦ କରିବା, ନକଲି ଆଦିବାସୀ ମାନଙ୍କୁ ବହିଷ୍କୃତ କରିବାରେ ଅହେତୁକ ବିଳମ୍ବ କରି ଉଚ୍ଚତମ ନ୍ୟାୟାଳୟ ର ଆଦେଶ ଅବମାନନା କରିବା, ଆଦିବାସୀ ଓ ଅନ୍ୟାନ୍ୟ ବନବାସୀ ଙ୍କ ଜଙ୍ଗଲ ଜମି ଅଧିକାର ସିକୃତୀ ଆଇନ ୨୦୦୬ ଅନୁସାରେ ଆଦିବାସୀ ହିତାଧିକାରୀ ମାନଙ୍କୁ ଜଙ୍ଗଲ ଜମି ର ସ୍ୱାଧିକାର ପ୍ରଦାନ ରେ ଟାଲ ଟୁଲ ନୀତି ଅବଲମ୍ବନ କରିବା,ଅଣ ଆଦିବାସୀ ଙ୍କ ଅକ୍ତିଆର ରେ ଥିବା ଆଦିବାସୀ ଜମି ବେନାମୀ ଦାର ଜମି, ବେଆଇନ ଖର୍ଦିସୂତ୍ରେ ଦଖଲ ଜମି କୁ ଆଦିବାସୀ ମାନଙ୍କୁ ଫେରସ୍ତ କରିବା ରେ ବିଲମ୍ବ କରି ଓଡ଼ିଶା ଭୁସଂସ୍କାର ଆଇନ ୧୯୫୬ ର ଉଲଂଘନ କରିବା ଓଡ଼ିଶା ସ୍ଥାନ ସଂରକ୍ଷଣ ଆଇନ ୧୯୭୫ ଅନୁସାରେ ୨୩ ପ୍ରତିଶତ କୋଟା ଉଚ୍ଚଶିକ୍ଷା, ଟେକ୍ନିକାଲ ଶିକ୍ଷା, ମେଡିକାଲ କଲେଜ ଏବଂ ନିଯୁକ୍ତି ରେ କାର୍ଯ୍ୟ କାରି ନ କରିବା ଭଲିଆ ଆଦିବାସୀ ବିରୋଧୀ କାର୍ଯ୍ୟ କୁ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘ ଦୃଢ଼ ପ୍ରତିକ୍ରିୟା ପ୍ରକାଶ କରିଛି ।ମହାସଂଘ ଏକ ପ୍ରେସ ବିବୃତିରେ ଆହୁରି ଦାବି କରିଛି ଯେ କରୋଣା ଜନିତ ମହାମାରୀ ରୋଗ ଯୋଗୁଁ ଗରିବ ଆଦିବାସୀ ମାନଙ୍କୁ ଜିବନ ଜିବିକା ଦୁର୍ବିସହ ହୋଇପଡ଼ିଛି । ସେମାନଙ୍କୁ ସ୍ବତନ୍ତ୍ର ପ୍ୟାକେଜ ପ୍ରଦାନ କରୀ ଆର୍ଥିକ ଉନ୍ନୟନ କରାଯାଉ। କୋଭିଡ ୧୯ ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ରେ ଅନଲାଇନ ଶିକ୍ଷା ଦିଆଯାଉଥିବାରୁ ଗରିବ ଆଦିବାସୀ ଛାତ୍ରଛାତ୍ରୀ ମାନେ ସ୍ମାର୍ଟ ଫୋନ,ଫୋରଜୀ ମୋବାଇଲ, ଲାପଟପ୍ ଅଭାବରୁ ଅନଲାଇନ୍ ରେ ପାଠ ପଢିପାରୁନାହାନ୍ତି। ତେଣୁ ସେମାନଙ୍କୁ ସରକାର ମାଗଣାରେ ମୋବାଇଲ ଲାପଟପ୍ ପ୍ରଦାନ କରିବା ସହିତ ନେଟପ୍ୟାକ ମଧ୍ୟ ମାଗଣା ରେ ଦିଅନ୍ତୁ। ଉଚ୍ଚ ଶିକ୍ଷା କ୍ଷେତ୍ରରେ ଆଗରୁ ଥିବା ଷ୍ଟାଇପେଣ୍ଟ କୁ ସରକାର ୫ ଗୁଣ କମାଇ ଦେଇଛନ୍ତି। ତେଣୁ ବଜାର ଦର ବୃଦ୍ଧି ଅନୁସାରେ ଆଦିବାସୀ ଛାତ୍ରଛାତ୍ରୀ ଙ୍କ ଷ୍ଟାଇପେଣ୍ଟ ପୂର୍ବ ଭଲିଆ ବୃଦ୍ଧି କରାଯାଉ ବୋଲି ମହାସଂଘ ଦାବି କରିଛି।ଏହି ମର୍ମରେ ଆସନ୍ତା ୧୧ ନଭେମ୍ବର ୨୦୨୦ (୧୧/୧୧/୨୦୨୦) ରେ ପଦ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ସମ୍ବୁଖର ବିକ୍ଷୋଭ ପ୍ରଦର୍ଶନ ପୁର୍ବକ ଏକ ସ୍ବାରକ ପତ୍ର ରାଷ୍ଟ୍ରପତି, ରାଜ୍ୟପାଳ, ପ୍ରଧାନମନ୍ତ୍ରୀ, ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରାଯିବ ବୋଲି ମହାସଂଘ ର ଉପସଭାପତି ବ୍ରଜକିଶୋର ସିଂ ଭୋଇ, ଯୋଗେନ୍ଦ୍ର ଭୋଇ,ଭାନୁପ୍ରତାପ ସିଂ ମାଝୀ,ମହାଶଚିବ ନିରଞ୍ଜନ ବିଶି, ସଭାପତି ବିଜୟ ରଞ୍ଜନ ସିଂ ବରିହା, ଉଷମନ ମୁଣ୍ଡା, ଲାଲକୃଷ୍ଣ ଶବର,ପ୍ରମୋଦ ଝାଙ୍କର, ଭଦ୍ର ଚରଣ କିଶାନ, ଭଗବାନ କୁଅଁର, କିଶୋର ଚନ୍ଦ୍ର ଭୋଇ ପ୍ରମୁଖ ଜଣାଇ ଛନ୍ତି। ବଲାଙ୍ଗୀର ଜିଲ୍ଲରୁ ମନବୋଧ ବରିହା ଙ୍କ ରିପୋର୍ଟ କ୍ରାନ୍ତି ଓଡ଼ିଶା ନିଉଜ

Please Share

Leave a Reply

Your email address will not be published. Required fields are marked *