ସାଉଥ୍ ଫିଲ୍ମ ସୁପରଷ୍ଟାର ଚିରଞ୍ଜୀବୀ କରୋନା ପଜିଟିଭ୍ ଥିବା ସୁଚନା ମିଳିଅଛି | ସେ ଟ୍ୱିଟ୍ କରି ପ୍ରଶଂସକ ମାନଙ୍କୁ ତାଙ୍କର ସେ କରୋନାରେ ଆକ୍ରାନ୍ତ ଥିବା ସୂଚନା ଦେଇଛନ୍ତି l ଏହା ସହିତ ଅଭିନେତା ଗତ ପାଞ୍ଚ ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ମଧ୍ୟ ନିଜ ନିଜର କରୋନା ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି। ଚିରଞ୍ଜୀବୀ ଟ୍ୱିଟ୍ କରି କହିଛନ୍ତି ଯେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଆଚାର୍ଯ୍ୟ’ର ସୁଟିଂ ପୂର୍ବରୁ ସେ ପ୍ରୋଟୋକଲ୍ ମୁତାବକ୍ ନିଜର କରୋନା ପରୀକ୍ଷା କରିଥିଲେ, ଯେଉଁଥିରେ ତାଙ୍କର ପରୀକ୍ଷା ରିପୋର୍ଟ ପଜିଟିଭ୍ ବାହାରି ଥିଲା। ତେବେ ତାଙ୍କର କୌଣସି ଲକ୍ଷଣ ନଥିବା ସେ ପ୍ରକାଶ କରିଛନ୍ତି l