ଏଡ୍ସ ରୋଗରେ ପିଡୀତା ମହିଳାଙ୍କୁ New Life Social Work ତରଫରୁ ସହାୟତା

Advertisement
Advertisement
Click for Any Complaint Regarding This News
AAA Online Services

କଟକ : କଟକ ସିଡିଏ ରେ ଜଣେ ଏଡ୍ସ ରୋଗରେ ପିଡୀତା ମହିଳା ଙ୍କୁ New Life Social Work ତରଫରୁ କିଛି ଶୁଖିଲା ଖାଦ୍ୟ ଓ କିଛି ଆର୍ଥିକ ସାହାୟ୍ଯ କରାଯାଇଛି। ଏଡ୍ସ ପିଡୀତା ରୁନୁ ଦାସଙ୍କ ଘର CDA 6 ହଇରାଣପୁର କଟକରେ । ତାଙ୍କର ଦିନେ ଥିଲା ହସଖୁସିର ଏକ ଛୋଟିଆ ସଂସାର । ମାତ୍ର କପାଳ ଲିଖନ ଥିଲା ଆଉ କିଛି, ହସଖୁସିର ସଂସାର ରେ ଝଡ ହୋଇ ଆସିଥିଲା ଦୁରାରୋଗ୍ୟ ବ୍ୟାଧି ଏଡ୍ସ । ପ୍ରଥମେ ସ୍ବାମୀ ଏଡ୍ସରେ ପୀଡ଼ିତ ହେଲେ ଓ ପରେ ଏହା ୩୨ ବର୍ଷ ରୁନୁ ଦାସଙ୍କୁ ସଂକ୍ରମିତ କଲା । ଏଡ୍ସରେ ପୀଡ଼ିତ ହୋଇ ସ୍ବାମୀ ବେନୁ ଦାସ ଏଡସ୍ ରୋଗରେ ଆରପାରିକୁ ଚାଲିଗଲେ । ଏବେ ରୁନୁ ଦାସଙ୍କର ମାନସିକ ଅବସ୍ଥା ଠିକ୍ ନାହିଁ। ଘରେ ଦୁଇଟି ଛୋଟ ଛୋଟ ଛୁଆ ବଡ଼ ୮ ବର୍ଷର ଆଉ ସାନ ୭ ବର୍ଷର । ନା ଅଛି ଖାଇବାକୁ ଖାଦ୍ୟ , ନା ଅର୍ଥବଳ । ଭୀଷଣ ଦାରିଦ୍ର୍ୟ ଓ ଆର୍ଥିକ ଅନଟନ ରେ ଜୀବନ କାଟୁଛନ୍ତି ରୁନୁ ଦାସ ଓ ତାଙ୍କ ଦୁଇଟି ଛୋଟ ଛୋଟ ଛୁଆ । ତେବେ ଯଦି ସାଧାରଣ ଲୋକ ମାନେ ସାହାୟ୍ଯ କରନ୍ତି ତେବେ ତାଙ୍କର ଆର୍ଥିକ ଅନଟନ ଦୁର ହୋଇ ପାରନ୍ତା।କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ରୁ ମନୋରଞ୍ଜନ ତରାଇଙ୍କ ରିପୋର୍ଟ

Please Share

Leave a Reply

Your email address will not be published. Required fields are marked *