ଓଡ଼ିଶାର ଦ୍ଵିତୀୟ ଶ୍ରୀକ୍ଷେତ୍ର ଛତିଆ ହାଡିଦାସ ପୀଠ ପ୍ରାଙ୍ଗଣରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

Advertisement
Advertisement
Click for Any Complaint Regarding This News
AAA Online Services

ଯାଜପୁର : ଆଜି ଓଡ଼ିଶାର ଦ୍ଵିତୀୟ ଶ୍ରୀକ୍ଷେତ୍ର ଛତିଆ ହାଡିଦାସ ପୀଠ ପ୍ରାଙ୍ଗଣରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱଚ୍ଛ ଭାରତ ସ୍ଲୋଗାନରେ ଅନୁପ୍ରାଣିତ ହୋଇ ସ୍ୱଚ୍ଛତା କାର୍ଯ୍ୟକ୍ରମ ,,”ସହାୟ” ଏବଂ ସ୍ୱାଭିମାନ ଭାରତ ଫାଉଣଡେସନ ପରିବାରର ସହାୟତା ରେ ଅନୁଷ୍ଠିତ ହୋଇଥିଲା ।ଉକ୍ତ ମହତ୍ୱୋପୂର୍ଣ୍ଣ କାର୍ଯ୍ୟରେ ଶ୍ରୀ ଦୟାନିଧି ବିଶ୍ବାଳ (ସ୍ବେଚ୍ଛାସେବୀ)ଓ ଶ୍ରୀ କେଶବ ଚନ୍ଦ୍ର ବେହେରା (ସମାଜସେବୀ) ପ୍ରମୁଖଙ୍କ ଆୟୋଜନରେ ଛତିଆ ବଜାର କମିଟି ଓ ଗ୍ରାମବାସିଙ୍କ ସହଯୋଗ ରହିଥିଲା ।ଛତିଆ ବଟ ଠାରୁ ଛତିଆ ବାଇ ପାସ୍ (ସୋଲର ଛକ) ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଫା କରାଯାଇଥିଲା ।ଏଥିରେ ମୁଖ୍ୟ ଅତିଥି ବଡ଼ଚଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଭାଗ୍ୟଧର ମଲ୍ଲିକ ଯୋଗ ଦେଇଥିଲେ ଓ ସମାଜସେବୀ ଶ୍ରୀ ମାଧବାନନ୍ଦ ଙ୍କ ଦ୍ଵାରା ସ୍ବେଚ୍ଛାସେବୀ ଅନୁଷ୍ଠାନ କୁ ଉତ୍ତରୀୟ ପ୍ରଦାନ କରାଯାଇଥିଲା ।ଏଥିରେ ଆକାଶ ମଲ୍ଲିକ ,ଚିତ୍ତରଞ୍ଜନ ନାୟକ,ଡମ୍ବରୁଧର ଦାସ ,ପର୍ଶୁରାମ ନାୟକ ,ତାପସ ସାମଲ,ଜ୍ଞାନରଞ୍ଜନ ମଲ୍ଲିକ,ହିମାଂଶୁ ସାମଲ ,ରଞ୍ଜନ ପଲେଇ ପ୍ରମୁଖ ସ୍ବେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ ।କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ରୁ ମନୋରଞ୍ଜନ ତରାଇଙ୍କ ରିପୋର୍ଟ l

Please Share

Leave a Reply

Your email address will not be published. Required fields are marked *