ପୁରୀ , (ଶ୍ରୀପର୍ଣ୍ଣା ମହାନ୍ତି) : ଶ୍ରୀ ଜଗନ୍ନାଥ ଗୋ ସେବା ସଂସ୍ଥାନମ୍ ତରଫରୁ ପୁରୀ ପାରିକୁଦ ପ୍ରାଣୀ ଚିକିତ୍ସାଳୟ ପରିସର ରେ କରୋନା ମହାମାରୀ ଭୟଙ୍କର ପରିସ୍ଥିତି ସତ୍ବେ ପୀଡ଼ିତ ଦୁର୍ଘଟଣା ଗ୍ରସ୍ତ ବୟସ୍କ ଗୋବଂଶ ସେବା ଓ ଚିକିତ୍ସା ରେ ଅକୁଣ୍ଠ ସହଯୋଗ ନିମନ୍ତେ ପ୍ରାଣୀ ଚିକିତ୍ସକ, ପ୍ରାଣୀ ଧନ ନିରୀକ୍ଷକ, ଓ ଚିକିତ୍ସା ସହାୟକ ମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଅଛି ।
ଗୋଶାଳା, ଗୋବଂଶର ସେବା ଓ ସୁରକ୍ଷା, ନିମନ୍ତେ ସମର୍ପିତ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଗୋ ସେବା ସଂସ୍ଥାନମ୍ ତରଫରୁ ଚଳିତ ବର୍ଷ କରୋନା ମହାମାରୀ ପ୍ରତିବନ୍ଧିତ ସମୟରେ ପ୍ରାଣୀ ଚିକିତ୍ସକ ଓ ସହାୟକ ମାନେ ପ୍ରାଣୀ ପାଳନ ଓ ସେମାନଙ୍କ ର ଖାଦ୍ୟ ପେୟ ବ୍ୟବସ୍ଥା ପ୍ରତି ଜାଗ୍ରତ ପ୍ରହରୀ ରୂପେ ସମସ୍ତ ପ୍ରାଣୀ ଜଗତର ଅସୁସ୍ଥତା ସମୟରେ ନିଜ ପରିବାର କୁ ପଛରେ ପକାଇ ନିଜ ଜୀବନ କୁ ବାଜି ଲଗାଇ କରୋନା ବ୍ୟାପିଥିବା ଅଞ୍ଚଳ ରେ ବହୁ ବାଧାବିଘ୍ନ ସତ୍ତ୍ଵେ ପହଞ୍ଚି ବାକ୍ ଶକ୍ତି ନଥିବା ପ୍ରାଣୀ ଜଗତର ସେବା ଓ ଚିକିତ୍ସା ପ୍ରଦାନ କରି ସେମାନଙ୍କୁ ନୂଆ ଜୀବନ ପ୍ରଦାନ କରିଥିବା ପ୍ରାଣୀ ଚିକିତ୍ସାଧିକାରୀ ଡ଼ଃ ଦୟାନିଧି ବେହେରା ଙ୍କ ସମେତ ସମସ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି ଉତ୍ସବରେ ୮ ଜଣଙ୍କୁ ସମ୍ପାଦକ ଶ୍ରୀ ଗୋବିନ୍ଦ ପ୍ରସାଦ ମହାନ୍ତି, ,ସରତ ଜୟସିଂହ, ସୈାମେନ୍ଦ୍ର ଦାସ, ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରିଥିଲେ । ଆଗାମୀ ଦିନରେ ଗୋସେବକ ମାନଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର ମାଧ୍ୟମରେ ପ୍ରଶିକ୍ଷିତ କରିବାକୁ ଯୋଜନା କରାଯାଇଛି। ଏହି ଉତ୍ସବକୁ ହୃଷିକେଶ ତ୍ରିପାଠୀ, ପ୍ରମୋଦ ସାହୁ ଓ ଅନ୍ୟ ଗୋସେବକ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
ସେହିପରି ପର୍ଯ୍ୟାୟକ୍ରମେ ଅସ୍ତରଙ୍ଗ, କାକଟପୁର, ନିମାପଡା, ବଳଙ୍ଗା, ଚନ୍ଦନପୁର, ସତ୍ୟବାଦୀ, ପିପିଲି, ଡେଲାଙ୍ଗ, କଣାସ, ବ୍ରହ୍ମଗିରି, କୋଣାର୍କ, ଛଇତନା ପ୍ରାଣୀଧନ ଚିକିତ୍ସାଳୟର ସମସ୍ତ ଚିକିଶ୍ଚକ ଓ ଚିକିତ୍ସା ସହାୟକ ମାନଙ୍କୁ ଶ୍ରୀଜଗନ୍ନାଥ ଗୋ ସେବା ସଂସ୍ଥାନମ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି।