**ଝଡ**
(କବି କେଶବ ଚନ୍ଦ୍ର ନାୟକ)
…………………………..
କେବେ କେବେ ଜୀବନରେ
ଝଡ ଆସେ…..
ସାମ୍ମନା ସାମ୍ମନି ହେବାକୁ ପଡେ
ତିକ୍ତତା ଚରମ ସୀମାରେ ପହଞ୍ଚେ
ପ୍ରସମିତ ହେବାରେ
ଶାନ୍ତ ହେବାରେ
ନଥାଏ ନିର୍ଦ୍ଧଷ୍ଟ ସମୟ…….!!
ମାନସିକ ଅଶାନ୍ତରେ
ଭାରାକ୍ରନ୍ତ ହୁଏ
ସମଗ୍ର ଶରୀର……
ରକ୍ତ ଚାପ ବଢେ/ନିଦ୍ରା ହୀନତା
ଖାଦ୍ଯ ବ୍ଯଞ୍ଜନ ଧୀରେ ଧୀରେ
ଅପସରି ଯାଏ ନିଜ ଭିତରୁ….!!
କେବେ ପ୍ରେମ ପାଇଁ ପ୍ରତାରଣା
କେବେ ସନ୍ତାନ ପାଇଁ ହଟହଟା
କେବେ ସମ୍ମାନ ପାଇଁ ଦ୍ବନ୍ଦ
କେବେ ସଂପତି ପାଇଁ ଚକ୍ରବ୍ଯୂହ
କେବେ ଭାଇ ଭାଇ ଭିତରେ କୁରୁକ୍ଷେତ୍ର…!!
ଏଇ ଝଡ କେବେ ଦୃଶ୍ୟ
କେବେ ଦୃଶ୍ୟାନ୍ତର…….
ଜୀବନ ଜଞ୍ଜାଳ ପୂର୍ଣ୍ଣ
ଶାନ୍ତ ପରିବେଶରେ
ପଶି ଆସେ ଅଶାନ୍ତ ଝଡ
କେବେ ରକ୍ତ ରଞ୍ଜିତ ହୋଇ
ପୁଣି କେବେ ମୃତ୍ୟୁର ବିଭିଷିକା ନେଇ ……!!
ପ୍ରକୃତି ଭିତରେ ଝଡ
ଆଣେ କେବେ ମେଦିନୀ ଥରାଇ
କାରୁଣ୍ଯର ବିଭତ୍ସ କରାଳ ରୂପରେ
ମହାପ୍ରଳୟକୁ ନେଇ/ମଣିଷ ଭିତରେ
କିଛି କିଛି ବାଣ୍ଟି ଦିଏ ପ୍ରଳୟର ହିଂସା ମଞ୍ଜି
ତେଣୁ ତ ମଣିଷ ଦେବତ୍ବ ଭୁଲି
ଦେଖାଏ ଆସୁରିକ ବିକଟାଳ ରୂପ ଝଡ
ଯେଉଁ ଝଡ ଛାଡି ଯାଏ
ନିଜ ଭିତରେ ଲୁକ୍କାୟୀତ ଥିବା ଅସଲ ପରିଚୟ
ଯୁଗ ଯୁଗ ବ୍ଯାପି..!!
(ସଭାପତି,ଉତ୍କଳ ସାହିତ୍ଯ ସଂସଦ,ମାଲକାନଗିରି)
ଝଡ….
Click for Any Complaint Regarding This News
AAA Online Services