ବେଲଗୁଣ୍ଠା , ଆଜି ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ସୁତୁମୁସର ଗ୍ରାମରେ ପାଣ୍ଡି ଦଳେଇ (18) ନାମକ ଜଣେ ଯୁବତୀ ନିଜ ଘରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି I ସୂଚନା ପ୍ରକାରେ ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ସୁତୁମୁସର ଗ୍ରାମରେ ପ୍ରଭାକର ଦଳେଇ ନିଜ ସ୍ତ୍ରୀ ଓ ଝିଅକୁ ନେଇ ବାସ କରନ୍ତି I ଆଜି ପ୍ରଭାକର ନିଜ ସ୍ତ୍ରୀଙ୍କ ସହ ଜମିକୁ ଧାନ କାଟିବା ପାଇଁ ଯାଇଥିବା ବେଳେ ଝିଅ ପାଣ୍ଡି ଘରେ ଏକା ଥିଲା I ସନ୍ଧ୍ୟା ଚାରିଟା ବେଳେ ପ୍ରଭାକର ଏବଂ ତାଙ୍କ ସ୍ତ୍ରୀ ଘରକୁ ଫେରି ପାଣ୍ଡି ଶବ ଝୁଲୁଥିବାର ଦେଖିଥିଲେ I ଏନେଇ ବେଲଗୁଣ୍ଠା ଫାଣ୍ଡିରେ ବାପା ପ୍ରଭାକର ଜଣାଇବା ପରେ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ପାଣ୍ଡିର ଶବକୁ ଜବତ କରିବା ସହ ଭଞ୍ଜନଗର ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଦେଇଥିବା ଜଣା ପଡ଼ିଛି I ଘଟଣା ନେଇ ବେଲଗୁଣ୍ଠା ଫାଣ୍ଡିରେ କେସ୍ ନମ୍ବର୍ 69/20 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଆତ୍ମହତ୍ୟାର କାରଣ ସମ୍ପର୍କରେ ତଦନ୍ତ ଚାଲିଥିବା ଫାଣ୍ଡି ଅଧିକାରୀ ପ୍ରକାଶ ସାହୁ ପ୍ରକାଶ କରିଛନ୍ତି Iଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ରୁ ବରିଷ୍ଟ ସମ୍ବାଦିକ ଶିବରାମ ଚୌଧୁରୀ ରିପୋର୍ଟ
ବେକରେ ରସି ଲଗାଇ ଯୁବତୀଙ୍କ ଅତ୍ମହତ୍ୟା
Click for Any Complaint Regarding This News
AAA Online Services