ବେଲଗୁଣ୍ଠା ,ଆଜି ଦିନ ଦଶ ଘଣ୍ଟ ସମୟରେ ଗୋବରା ନିକଟସ୍ଥ ବିଂଚଣା ମାଆ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଉତ୍କଳ ଗଡାୟତ ଖଦାଳ ସମାଜ ପାଇଲିପଡା ମୁଠା 42 ପଲ୍ଲୀ ଗ୍ରାମର ଏକ କର୍ମକର୍ତ୍ତା ମନୋନୟନ ସଭା ଅନୁଷ୍ଠିତ ହୋଇଯାଇଛି I ମୁଠାର ପୂର୍ବତନ ସଭାପତି ବସନ୍ତ ନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ବୈଠକରେ ଉପସ୍ଥିତ ଥିବା 42 ପଲ୍ଲୀର ସଭାପତି ଓ କର୍ମକର୍ତ୍ତାଙ୍କ ସମୂହ ନିଷ୍ପତି ପ୍ରକାରେ ଗାଙ୍ଗପୁର ଅଞ୍ଚଳର ଜଣାଶୁଣା ଯୁବ ସଂଗଠକ ଗଣେଶ ନାୟକ ସଭାପତି, ଗୋବରାର ବରିଷ୍ଠ ମଞ୍ଚ ଅଭିନେତା ଲିଙ୍ଗରାଜ ନାୟକ ଉପସଭାପତି ଓ ପ୍ରଧାନ ଶିକ୍ଷକ ଦାମୋଦର ନାୟକ ସମ୍ପାଦକ ରୂପେ ମନୋନୀତ ହୋଇଛନ୍ତି Iସେହିପରି ଉରିଗଡର ଅଭିମନ୍ୟୁ ନାୟକ, ପାଲକଷଣ୍ଢା ନାରାୟଣ ନାୟକ, କେ. ନୂଆଁଗଡ ମୋଚୀଆ ନାୟକ, ଗୁଣ୍ଠପଲ୍ଲବା ଶଙ୍କର ନାୟକ, ସାନ ସାଦର ଧୋବା ନାୟକ, ଦୋଡଙ୍ଗା ଅରୁଣ ନାୟକ, ନେଟେଙ୍ଗା ଅଶୋକ ନାୟକ ଓ ମୁନିଗାଡ଼ି ସୁଦର୍ଶନ ନାୟକ ପାଇଲିପଡା ମୁଠାକୁ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି I
ଅଧାରୁ ପାଠ ଛାଡି ଦେଉଥିବା ଖଦାଳ ଜାତିର ପିଲାଙ୍କୁ କିପରି ପ୍ରୋତ୍ସାହିତ କରି ସେମାନଙ୍କର ବିଦ୍ୟାଳୟ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରାଯାଇ ପାରିବ ସେ ନେଇ ସଭାପତି, ଉପସଭାପତି ଏବଂ ସମ୍ପାଦକ ମତବ୍ୟକ୍ତ କରିଥିଲେ Iଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ରୁ ବରିଷ୍ଟ ସମ୍ବାଦିକ ଶିବରାମ ଚୌଧୁରୀ ରିପୋର୍ଟ
ଉତ୍କଳ ଗଡାୟତ ଖଦାଳ ସମାଜର କର୍ମକର୍ତ୍ତା ମନୋନୟନ
Click for Any Complaint Regarding This News
AAA Online Services