ମରିନି ମାନବିକତା : ମହାନତାର ପରିଚୟ ସୃଷ୍ଟି କଲେ ବାଲିକୁଦା ବନିଆରୀର ବିରେନ ସ୍ୱାଇଁ

Advertisement
Advertisement
Click for Any Complaint Regarding This News
AAA Online Services

ଯାଜପୁର : ଆଜି ବାହାଦୂର ନଗର,ଚାରି ନଙ୍ଗଲ, ଯାଜପୁର ନିବାସୀ ମନିନ୍ଦ୍ର ସାମଲ ଗୋଟିଏ ବ୍ୟାଗରେ ନଗଦ ୧୫,୦୦୦ ଟଙ୍କା ସହିତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର,ଫଳ,ଓ ବାଇକି ର ଆର. ସି ବୁକ ଆଦି ବାଇକ ପଛରେ ବାନ୍ଧି ରାସ୍ତାରେ ଯାଉଥିବା ସମୟରେ ବାଲିଚନ୍ଦ୍ରପୁର ବ୍ରିଜ ପାଖରେ କୌଣସି କାରଣ ବଶତଃ ଉକ୍ତ ବ୍ୟାଗଟି ଖସି ପଡ଼ିଥିଲା lଉକ୍ତ ବ୍ୟାଗ ଟିକୁ ତାଳୁଆ ବାଲିକୁଦା ବନିଆରୀ ନିବାସୀ ବିରେନ ସ୍ୱାଇଁ ପାଇଥିଲେ ଓ ଅନେକ ବାଟୋଇ ମାନଙ୍କୁ ପଚରା ଉଚାର କରିଥିଲେ କିନ୍ତୁ କେହି ସମ୍ପୂର୍ଣ୍ଣ ତଥ୍ୟ ଦେଇ ପାରି ନଥିଲେ ଓ ସୁରକ୍ଷା କାରଣରୁ ବ୍ୟାଗଟିକୁ ଘରକୁ ନେଇ ଯାଉଥିଲେ । ଘରେ ପହଞ୍ଚି ଉକ୍ତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରରେ ଥିବା ଫୋନ ନମ୍ବରରେ ଯୋଗଯୋଗ କରି ସମସ୍ତ ଜିନିଷପତ୍ର ମନୀନ୍ଦ୍ର ସାମଲଙ୍କ ହାତକୁ ପ୍ରମାଣ ସହିତ ହସ୍ତାନ୍ତର କରିଥିଲେ।।କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ରୁ ମନୋରଞ୍ଜନ ତରାଇଙ୍କ ରିପୋର୍ଟ

Please Share

Leave a Reply

Your email address will not be published. Required fields are marked *