ଆସ୍କା ପୁଲିସର ନଳବଣ୍ଟା ଅଞ୍ଚଳରେ ବ୍ୟାପକ ଚଢାଉ : ପ୍ରାୟ ୭୦ ଲକ୍ଷ ଟଙ୍କାର ବାଣ ଜବତ

Advertisement
Advertisement
Click for Any Complaint Regarding This News
AAA Online Services

ବାଣ ତିଆରି ନିମନ୍ତେ ସାରା ରାଜ୍ୟରେ ପରିଚିତ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ନଳବଣ୍ଟା ଅଞ୍ଚଳ ।ଏଠାରେ ବିପୁଳ ପରିମାଣର ବାଣ ପ୍ରସ୍ତୁତ ହୋଇଥାଏ ଓ ସାରା ରାଜ୍ୟର ଅଧିକାଂଶ ଅଞ୍ଚଳକୁ ପଠାଯାଇଥାଏ।ତେବେ ଏ ବର୍ଷର ଦିପାବଳୀ ସବୁଠାରୁ ଅଲଗା କରୋନା ମହାମାରୀ ଯୋଗୁ ଏବର୍ଷ ରାଜ୍ୟରେ ବାଣ ବେପାର ଓ ବାଣ ଫୁଟାଇବା ଉପରେ ରାଜ୍ୟ ସରକାର ପ୍ରତିବନ୍ଧକ ଲଗାଇ ସାରିଛନ୍ତି l ତେବେ ରାଜ୍ୟରେ ଚୋରା ବାଣ ଚାଲାଣ ଓ ବିକ୍ରୟକୁ ଆଶଙ୍କା କରି ଆଜି ଆସ୍କା ପୁଲିସ ପକ୍ଷରୁ ଗଞ୍ଜାମ ଜିଲ୍ଲା ଆସିକା ର ନଳବଣ୍ଟା ଅଞ୍ଚଳରେ ବ୍ୟାପକ  ଚଢ଼ାଉ କରାଯାଇ ଥିଲା l ପୁଲିସ ଜବତ କରିଥିବା ବାଣକୁ ୮ଟି ଟ୍ରକରେ ଭରି ନେଇ ଯାଇଥିଲା ତେବେ ଜବତ କରା ଯାଇଥିବା ବାଣର ଅନୁମାନିକ ମୁଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା ହେବ । 

Please Share

Leave a Reply

Your email address will not be published. Required fields are marked *