ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗାେସ୍ବାମୀଙ୍କ ଗିରଫକୁ ନେଇ ବିକ୍ଷାେଭ

Advertisement
Advertisement
Click for Any Complaint Regarding This News
AAA Online Services

ପଦ୍ମପୁର:-ରିପବ୍ଲିକ ଟିଭିର ଚିଫ ଏଡିଟର ତଥା ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗାେସ୍ବାମୀ ଙ୍କୁ ମହାରାଷ୍ଟର ମିଲିତ ସରକାର ଚକ୍ରାନ୍ତ କରି ଗିରଫକରିବା ନେଇ ଆଜି ଜନସାଧାରଣରେ ତିବ୍ର ନିନ୍ଦା କରାଯାଇଛି lଆଜି ଅପରାହ୍ନରେ ପାଇକମାଲ ବ୍ଲକ ର ଲଖମରା ଗ୍ରାମସ୍ଥିତ ଗାନ୍ଧୀଜୀ ଙ୍କ ଷ୍ଟେଚ୍ୟୁ ନିକଟରେ ଗ୍ରାମର ବୁଦ୍ଧିଜିବୀ ଗଣ ମିଳିତ ହାେଇ ଏ ସଂର୍ପକରେ ବିକ୍ଷାେଭ ପ୍ରଦର୍ଶନ କରିଥିଲେ lଅର୍ଣ୍ଣବ ଗୋସ୍ୱାମୀ ଙ୍କୁ ମହାରାଷ୍ଟ ସରକାର ଏକ ହତ୍ୟାମାମଲାରେ ଅଯଥାରେ ମିଥ୍ୟାଆରାେପ ଲଗାଇ ତାଙ୍କ ବାସଗୃହ ରୁ ଗିରଫ କରିଥିଲା lଏହିଘଟଣା ଯଥାର୍ଥରେ ଡେମାେକ୍ରେସିର ଚତୁର୍ଥସ୍ତମ୍ଭର ହତ୍ୟା ବାେଲି ଉକ୍ତସମାବେଶରେ ମତପ୍ରକାଶ ପାଇଥିଲା lତୁରନ୍ତ ଅର୍ଣ୍ଣବ ଙ୍କୁ ଖଲାସ କରିବା ସହ ତାଙ୍କ ଉପରୁ ଏହି ହତ୍ୟା ମାମଲା ଉଠାଇବା ସହ ଏହା ଏକ ରାଜନୈତିକ ଚକ୍ରାନ୍ତ ବାେଲି ନିନ୍ଦା କରାଯାଇଥିଲା lଏହି ବିକ୍ଷାେଭ ସମାବେଶରେ ଗ୍ରାମର ସର୍ବଶ୍ରୀ:- ପ୍ରଭାତ ସାହୁ, କୃଷ୍ଣଚନ୍ଦ୍ରପଣ୍ଡା, ସପ୍ତଲାଲ ଝଗରା,ଭରତ ଚନ୍ଦ୍ର ସାହୁ,ନାରାୟଣ ବେହେରା,ଭରତ ଡନସନା,ଡାେଲାମଣି ସାହୁ,ରାକେଶ ଡନସନା,ଜଲଧର ବରିହା,ପ୍ରମାେଦ ପ୍ରଧାନ,ମିନକେତନ ସାହୁ,କ୍ଷିରାେଦ୍ର ଦାସ,ପ୍ରମୁଖ ଯାେଗଦେଇଥିଲେ lବରଗଡ ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା

Please Share

Leave a Reply

Your email address will not be published. Required fields are marked *