ପୁରୀ : ପୁରୀରେ ସେକ୍ସ ରାକେଟ୍ ଠାବ ହୋଇଛି । ବଳିଆପଣ୍ଡା ଥାନା ପୁଲିସ ହାତରେ ଲାଗିଛି ସେକ୍ସ ରାକେଟ୍ ଆଉ ଏକ ଲିଙ୍କ୍। ଏକ ହୋଟେଲ୍ରେ ଚଢ଼ଉ କରି ବଳିଆପଣ୍ଡା ଥାନା ପୋଲିସ ୮ଜଣଙ୍କୁ ଉଠାଇ ଆଣିଛି । ଏକାଧିକ ବଙ୍ଗୀୟ ଯୁବତୀଙ୍କ ସହ ଏକାଧିକ ଯୁବକଙ୍କୁ ପୋଲିସ ଉଠାଇ ଆଣିଛି ।
ଖବର ଅନୁଯାୟୀ, ଗତ କାଲି (ଶୁକ୍ରବାର) ସନ୍ଧ୍ୟାରେ ହୋଟେଲର ୩ଟି କୋଠରିରେ ପୋଲିସ ଚଢଉ କରିଥିଲା । ଗୋଟିଏ କୋଠରିରେ ୪ ଜଣ ଯୁବତୀ ଥିବା ବେଳେ ଅନ୍ୟ ଦୁଇ କୋଠରିରେ ୨ ହଳ ଯୁବକ ଓ ଯୁବତୀ ଥିଲେ। ହଳେ ଯୁବକ ଓ ଯୁବତୀ ଭବିଷ୍ୟତରେ ବିବାହ କରିବେ ବୋଲି ପୁଲିସକୁ କହିଛନ୍ତି । ହେଲେ ଅନ୍ୟ ହଳ ପୋଲିସକୁ କିଛି ଉତ୍ତର ଦେଇନପାରି ମୁହଁ ତଳକୁ ପୋତୁଥିବା ଜଣାପଡିଛି। ତେଣୁ ଏମାନେ କେଉଁଠାରୁ ଓ କେବେଠାରୁ ଏଠାରେ ଏଭଳି କାର୍ଯ୍ୟ କରୁଛନ୍ତି ତାହା ନେଇ ପୁଲିସ ଛାନ୍ଭିନ୍ କରୁଛି।
ତଦନ୍ତରେ ବାଧା ସୃଷ୍ଟି ହେବ ବୋଲି ପୁଲିସ ଅଧିକ ତଥ୍ୟ ଦେଇ ନାହିଁ । ସହରରେ ଏବେ ଦେହ ବେପାର ସୀମା ଟପିଛି। ବଡ଼ଦାଣ୍ଡ ଓ ବେଳାଭୂମି ଅଞ୍ଚଳରେ ଏହି କାରବାର ଖୁଲମ୍ଖୁଲା ଚାଲିଥିବାବେଳେ ପୁଲିସ ଏଥିରେ ରୋକ୍ ଲଗାଇବାରେ ବିଫଳ ହୋଇଛି ।