ଭଞ୍ଜନଗର – ଦୀର୍ଘ ଦିନ ଧରି କୋରନା ମହାମାରୀ ପାଇଁ ଜୀବନ ଜୀବିକା ପ୍ରଭାବିତ ହୋଇଥିବା ବେଳେ ବର୍ତ୍ତମାନ ରାଜ୍ୟ ସରକାର କଟକଣା କୁ କିଛି ମାତ୍ରା ରେ କୋହଳ କରି ବସ ଚଳାଚଳ କୁ ଅନୁମତି ପ୍ରଦାନ କରିଛନ୍ତି। ସେହିପରି ଗଂଜାମ ଜିଲ୍ଲା ଭଞ୍ଜନଗର ବସ ଷ୍ଟାଣ୍ଡରୁ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ପ୍ରତ୍ୟେକ ଦିନ ଶହ ଶହ ବସ ଯାତାୟତ କରୁଛି। ଆଉ ଏଭଳି ପରିସ୍ଥିତି ରେ ପ୍ରତ୍ୟେକ ଦିନ ଭଞ୍ଜନଗରକୁ ବସ ଯୋଗେ ଆସୁଥିବା ଯାତ୍ରୀ ମାନେ ଶୌଚାଳୟ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। କୋରନା କଟକଣା ପାଇଁ ଭଂଜନଗର ଏନ.ଏ. ସି ଅଧୀନରେ ଥିବା ସମସ୍ତ ଶୌଚାଳୟକୁ ବନ୍ଦ କରାଯାଇଥିବା ବେଳେ ବର୍ତ୍ତମାନ ବସ ଚଳାଚଳ ସ୍ୱାଭାବିକ ହୋଇଥିଲେ ମଧ୍ୟ ହାଜର ହଜାର ବସ ଯାତ୍ରୀଙ୍କ ପାଇଁ ଶୌଚାଳୟ ଗୁଡିକୁ ଖୋଲା ନଯିବା ଏକ ଦୁର୍ଭାଗ୍ୟ ର ବିଷୟ। ୫କୋଟି ଟଙ୍କା ରେ ନିର୍ମିତ ହୋଇଥିବା ନୂତନ ବସଷ୍ଟାଣ୍ଡ ଦୀର୍ଘ 4 ବର୍ଷ ଧରି କାଯ୍ୟକ୍ଷମ ହୋଇପାରୁ ନଥିବା ବେଳେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପୂର୍ବରୁ ପ୍ରଶାସନ ପକ୍ଷରୁ ଏକ ଅସ୍ଥାହି ବସଷ୍ଟାଣ୍ଡ ଖୋଲାଯାଇଥିଲା। କିନ୍ତୁ ଦୀର୍ଘ 4 ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଅସ୍ଥାହି ବସଷ୍ଟାଣ୍ଡ ରେ ନା କୌଣସି ପାନୀୟ ଜଳ ର ବ୍ୟବସ୍ଥା ! ନା କୌଣସି ଅସ୍ଥାହି ଶୌଚାଳୟ ର ବ୍ୟବସ୍ଥା କରାଯାଇଛି! ଯାହା ଫଳରେ ବହୁ ଦୂରଦୂରାନ୍ତରୁ ବସ ଯୋଗେ ଆସୁଥିବା ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।
ବିଶେଷ କରି ଏଠାକୁ ବସ ଯୋଗେ କଲେଜ ଓ ଟ୍ୟୁସନ ପାଠପଢି ବାକୁ ଆସୁଥିବା ଛାତ୍ରୀ ମାନେ ଓ ବସ ରେ ଯାତାୟତ କରୁଥିବା ମହିଳା ମାନେ ପରିଶ୍ରା କରିବା ପାଇଁ ଅସୁବିଧା ର ସମ୍ମୁଖିନ ହେବାକୁ ପଡୁଛି। ଏ ନେଇସ୍ଥାନୀୟ ଜନସାଧାରଣ ଓ ଵୃଦ୍ଧିଜୀବୀ ମାନେ ତୁରନ୍ତ ନୂତନ ବସଷ୍ଟାଣ୍ଡ କାଯ୍ୟକ୍ଷମ କରିବା ସହ ଶୌଚଳୟ ଗୁଡିକୁ ଖୋଲିବାକୁ ମତ ପ୍ରକାଶ ପାଇଛି। ଏ ସମ୍ପର୍କରେ ସ୍ଥାନୀୟ ବୃଦ୍ଧିଜୀବୀ ତଥା ଆଇନଜୀବୀ ସନ୍ତୋଷ ପାଳ କହିଛନ୍ତି କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ରାଜ୍ୟକୁ ବହୁତ ଅନୁଦାନ ଆସୁଛି। ଯାହା ଭଞ୍ଜନଗର କୁ ମଧ୍ୟ ଆସୁଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ ସ୍ଥାନୀୟ ପ୍ରଶାସନ ଓ ରାଜନୈତିକ ଇଛା ଶକ୍ତିର ଅଭାବରୁ ଅସ୍ଥାହି ବସଷ୍ଟାଣ୍ଡରେ ଦୀର୍ଘ ୪ବର୍ଷ ହେବ କୌଣସି ଶୌଚାଳୟ ହୋଇନି।
ଯାହା ଫଳରେ ଲୋକେ ହନ୍ତସନ୍ତ ହେବା ସହ ରାସ୍ତା କଡରେ ଶୌଚ ହେଉଛନ୍ତି। ପରିମଳ ବ୍ୟବସ୍ଥାରେ ଆସୁଥିବା ଟଙ୍କାକୁ ଏଠି ହରିଲୁଟ କରାଯାଉଛି। ଅପରପକ୍ଷରେ ଏ ନେଇ ଏନ.ଏ. ସି କାଯ୍ୟ ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ କହିଛନ୍ତି କୋରନା ପାଇଁ ବନ୍ଦ ରଖାଯାଇଥିବା ଶୌଚାଳୟ ଗୁଡିକୁ ତୁରନ୍ତ ଖୋଲା ଯିବା ସହ ଅସ୍ଥାହି ବସଷ୍ଟାଣ୍ଡରେ ରେ ଅସ୍ଥାହି ଶୌଚାଳୟ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ କରାଯାଇ କାମ ଆରମ୍ଭ ହେବ। ବର୍ତ୍ତମାନ ଦେଖିବାକୁ ବାକି ରହିଲା କେବେ ଖୋଲା ଯିବା ଶୌଚାଳୟ ଓ କେବେ ଖୋଲା ଯିବା ଅସ୍ଥାହି ବସଷ୍ଟାଣ୍ଡ ରେ ମହିଳା ମାନଙ୍କ ପାଇଁ ଅସ୍ଥାହି ଶୌଚାଳୟ !
ନିରଵଦ୍ରଷ୍ଟା ଭଞ୍ଜନଗର ଏନ.ଏ.ସି : ବସଷ୍ଟାଣ୍ଡରେ ବ୍ୟବହାର ନିମନ୍ତେ ଖୋଲୁନାହିଁ ସ୍ଥାୟୀ ଶୌଚାଳୟ ; ହନ୍ତସନ୍ତ ଭଞ୍ଜନଗରକୁ ଆସୁଥିବା ବସଯାତ୍ରୀ
Click for Any Complaint Regarding This News
AAA Online Services