ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ ଙ୍କ ମହାମାରୀ କୋରୋନା ରେ ଦେହାନ୍ତ ହୋଇଯାଇଛି। ତାଙ୍କ ଦେହାନ୍ତ ରେ ଭଦ୍ରକ ରେ ଜିଲ୍ଲାସ୍ତରୀୟ ସାମ୍ବାଦିକ ଶ୍ରଦ୍ଧାଞ୍ଜଳି ଦେବା ସହ ଏକ କଣ୍ଡେଲ ଶୋଭାଯାତ୍ରା କରାଯାଇଛି। ଆଜି ସନ୍ଧ୍ୟା ରେ ଜିଲ୍ଳାପାଳ ଙ୍କ କାର୍ଯ୍ୟାଳୟ ନିକଟରୁ ବାହାରି ସହର ପରିକ୍ରମା କରି ପ୍ରବୀର ପ୍ରଧାନ ଅମର ରହେ ସ୍ଲୋଗାନ ଦେଇ ଟାଉନ ହଲ ନିକଟ ରେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ।ନୟାଗଡ଼ ଜିଲ୍ଲା ରେ ଜନ୍ମିତ ପ୍ରବୀର ଢେଙ୍କାନାଳ ସ୍ଥିତ ଆଇ ଆଇ ଏମ ରେ ଶିକ୍ଷା ଗ୍ରହଣ କରିବା ପରେ ଧରିତ୍ରୀ ସାମ୍ବାଦିକତା କରିଥିଲେ।ପରେ ଇଟିଭି ଓଡ଼ିଆ ଜି ନିଉସ ପରେ ନିଉସ ୧୮ ରେ କାର୍ଯ୍ୟରତ ଥିଲେ।
ସେ ଜଣେ ସଚୋଟ ନିର୍ଭୀକ ,ମେଳାପୀ ଥିଲେ କୋରୋନା ରେ ଆକ୍ରାନ୍ତ ହେବା ପରେ ଚିକିତ୍ସିତ ହେଉଥିଲେ ପରେ ତାଙ୍କ ଶ୍ୱାସକ୍ରିୟା ରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
କିନ୍ତୁ ଏ କୋରୋନା ଯୋଦ୍ଧା କୁ କୋରୋନା ତା କବଳରୁ ରକ୍ଷା କରିପାରିଲେ ନାହିଁ ଶେଷରେ ସାହିଦ ବନିଗଲେ। ଭଦ୍ରକ ଟାଉନ ରୁ କମଳ ଲୋଚନ ପଣ୍ଡା
ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ ଙ୍କ ଦେହାନ୍ତ ରେ ଭଦ୍ରକ ଜିଲ୍ଲାସ୍ତରୀୟ ସାମ୍ବାଦିକଙ୍କ କେଣ୍ଡେଲ ଶୋଭାଯାତ୍ରା
Click for Any Complaint Regarding This News
AAA Online Services