ହାଟକୁ ଯାଇ ଆଉ ଫେରିଲେନି ବନମାଳି…. ବନ୍ଧନଝରି  ପୋଲ ତଳୁ ମିଳିଲା ମୃତଦେହ

Advertisement
Advertisement
Click for Any Complaint Regarding This News
AAA Online Services

ତେଲକୋଇ , ତେଲକୋଇ ଥାନା ଅନ୍ତର୍ଗତ ଆକୁଳ ପଞ୍ଚାୟତ ଅଧିନସ୍ତ ବନ୍ଧନଝରି ଗ୍ରାମ ନିକଟରେ ଗତ ଗୁରୁବାର ପୋଲତଳୁ  ଏକ ମୃତ ଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ମୃତକ ହେଲେ କରମଙ୍ଗୀ ପଞ୍ଚାୟତ କୃଷ୍ଣପୁର ଗ୍ରାମର ବନମାଳୀ ନାୟକ (୪୦)। ସେ ଆକୁଳ ସପ୍ତାହିକ ହାଟକୁ ଯାଇ ଆଉ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ବନମାଳୀ ଙ୍କୁ ପାଇନଥିଲେ । ଗତକାଲି ରାତି ୮ଟା ବେଳକୁ ବନ୍ଧନଝରି ଗାଁ ର ଦୁଇ ଜଣ ଲୋକ ତାଙ୍କ ସ୍ତ୍ରୀ ମାଳତୀ ନାୟକ ଙ୍କୁ ପୋଲ ତଳେ ବନମାଳୀ ପଡିଥିବା  ସମ୍ପର୍କରେ ଜଣାଇବା ପରେ ସେ ପରିବାର ଲୋକଙ୍କ ସହ ଆସି ଘଟଣା ସ୍ଥଳରେ ପହଞ୍ଚିଥିଲେ।  ତେଲକୋଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଛନ୍ତି । ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ଥିବାରୁ  ତେଲକୋଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Please Share

Leave a Reply

Your email address will not be published. Required fields are marked *