ଜି.ଉଦୟଗିରି-୦୬.୧୧–ପ୍ରତାପ ଚନ୍ଦ୍ର ପାଢୀ-ଜି.ଉଦୟଗିରି ଥାନା ଅଞ୍ଚଳର ନନ୍ଦଗିରୀ ନିକଟ ଏକ ବୁଦାଗଛ ମୂଳରୁ ଜଣେ ଅଜଣା ଯୁବକର ମୃତ ଦେହକୁ ଆଜି ସ୍ଥାନୀୟ ପୋଲିସ ଉଦ୍ଧାର କରିଥିବା ଜଣାପଡିଛି। ବିବରଣୀରୁ ପ୍ରକାଶ ଯେ ଜି.ଉଦୟଗିରି କଳିଙ୍ଗା ରାସ୍ତାର ନନ୍ଦଗିରୀ ନିକଟ ଗୋଟିଏ ବୁଦାଗଛ ମୂଳରେ ଜଣେ ବ୍ୟକ୍ତିର ମୃତଦେହ ପଡିଥିବାର ଖବର ପାଇ ସ୍ଥାନୀୟ ପୋଲିସ ଅଧିକାରୀ ନରେଶ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିବା ଜଣାପଡିଛି।ମୃତ ବ୍ୟକ୍ତିର ପରିଚୟ ମିଳିନଥିବାବେଳେ ବୟସ ପ୍ରାୟ ୪୦ ରୁ ୪୫ ବର୍ଷ ହେବା ନେଇ ଅନୁମାନ କରାଯାଉଛି ବୋଲି ପୋଲିସ ସୂତ୍ରରୁ ପ୍ରକାଶ।ମୃତ ବ୍ୟକ୍ତିର ବେକରେ ଦଉଡି ଲାଗି ଗଛରେ ଓହଳି ଥିବାବେଳେ ଆଣ୍ଠୁ ମାଟିରେ ଲାଗିରହିଛି।ମୃତ ବ୍ୟକ୍ତିର ବର୍ଣ୍ଣ କଳା ହୋଇଥିବାବେଳେ ଦେହରେ ସାର୍ଟ ପିନ୍ଧି ନଥିବା ଜଣାପଡିଛି।ତେବେ ଏ ନେଇ ଜି.ଉଦୟଗିରି ପୋଲିସ ଥାନା କେସ ନଂ ୦୮/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଏସ ଆଇ କୌଶଲ୍ୟା ବେହେରାଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଥିବା ପୋଲିସ ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।
ଅଜଣା ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର
Click for Any Complaint Regarding This News
AAA Online Services