BIG NEWS : ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଙ୍କୁ ମିଳିଲାନି ଜାମିନ୍ : ପରବର୍ତ୍ତୀ ଶୁଣାଣି କାଲି

Advertisement
Advertisement
Click for Any Complaint Regarding This News
AAA Online Services

ମୁମ୍ବାଇ: ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ସମସ୍ୟା ହ୍ରାସ ପାଉଥିବା ପରି ମନେ ହେଉନାହିଁ। ବମ୍ବେ ହାଇକୋର୍ଟରୁ ଅର୍ଣ୍ଣବ ଏପର୍ଯ୍ୟନ୍ତ ମୁକ୍ତି ମିଳି ପାରିନାହିଁ । ଜାମିନ ଆବେଦନ ଉପରେ ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି ଅର୍ଥାତ୍ ଶନିବାର ଦିନ ଦ୍ୱିପ୍ରହରରେ ଅନୁଷ୍ଠିତ ହେବ।

ଏଠାରେ ସୁଚନା ଯୋଗ୍ୟ ଯେ ଯେ ଅର୍ଣ୍ଣବ ଗୋସ୍ୱାମୀ ୨୦୧୮ ମସିହାରେ ଜଣେ ଇନ୍ଟେରିୟାର୍ ଡିଜାଇନର୍ ଙ୍କୁ ଆତ୍ମହତ୍ୟା କରିବା ଭଳି ସ୍ଥିତି ଉପଯାଇବା ଅଭିଯୋଗରେ ତାଙ୍କୁ ମୁମ୍ବାଇ ପୋଲିସ୍ ଦ୍ବାରା ଗିରଫ କରାଯାଇଛି l ତେବେ ଅର୍ଣ୍ଣବ ଏହି ଗିରଫ ପ୍ରକ୍ରିୟା ବେଆଇନ ଓ  ମହାରାଷ୍ଟ୍ରର ଆଲିବାଗ ପୋଲିସ ତାଙ୍କ ବିରୋଧରେ ଦାଖଲ ହୋଇଥିବା ଏଫଆଇଆର ବାତିଲ କରିବାକୁ ସେ ଆବେଦନ କରିଛନ୍ତି। ଜଷ୍ଟିସ୍ ଏସ୍ ସିନ୍ଦେ ଏବଂ ଜଷ୍ଟିସ୍ ଏସ୍ କର୍ନିସ୍କ୍ ଙ୍କ ଏକ ଡିଭିଜନ୍ ବେଞ୍ଚ କହିଛନ୍ତି ଯେ ସମୟ ଅଭାବରୁ ଏହା ଶନିବାର ଦିନ ଶୁଣାଣି ଜାରି ରଖିବ। ବିଶେଷ କରି ଶନିବାର ଅପରାହ୍ନରେ ଏହି ମାମଲାର ପରବର୍ତ୍ତୀ  ଶୁଣାଣି ପାଇଁ  କୋର୍ଟ ବସିବ ଶୁଣାଇ ଅଛନ୍ତି ।

Please Share

Leave a Reply

Your email address will not be published. Required fields are marked *