ଉଡ଼ନ୍ତା ପୋଲର କ୍ଷେତ୍ର ପରିଦର୍ଶନ

Advertisement
Advertisement
Click for Any Complaint Regarding This News
AAA Online Services

ଭଦ୍ରକ : ଜାତୀୟ ରାଜପଥର ଚରମ୍ପା ଓ ଡାହାଣିଗଢିଆଠାରେ ନିର୍ମାଣଧୀନ ଉଡ଼ନ୍ତା ପୋଲର କ୍ଷେତ୍ର ପରିଦର୍ଶନ ଅବସରରେ ମାନନିୟା ସାଂସଦ ମଞ୍ଜୁଲତା, ମାନ୍ୟବର ବିଧାୟକ ଭଦ୍ରକ ଶ୍ରୀଯୁକ୍ତ ସଂଜୀବ ମଲ୍ଲିକ, ପୁର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ,ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ବାଇଁ, ମଳୟ ଜେନା, ପ୍ରଫୁଲ୍ଲ ନାୟକ , ପ୍ରଦୀପ କୁମାର ପଣ୍ଡା, ପ୍ରବୀର ଜେନା,ରମେଶ ବେହେରା, ବ୍ରଜ କିଶୋର ନାୟକ ତଥା ଅନ୍ୟାନ୍ୟ ନେତୃମଣ୍ଡଳୀ ଓ ବୁଦ୍ଧିଜୀବୀଙ୍କ ସହିତ ଜାତୀୟ ରାଜପଥର କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ ।ଖୁବ ଶୀଘ୍ର ଉକ୍ତ ନିର୍ମାଣ କାର୍ଯ୍ୟ ସମାପ୍ତ ହେବ ବୋଲି ରାଜପଥ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହି ପୋଲ ନିର୍ମାଣ ପରେ ଭଦ୍ରକବାସୀଙ୍କ ଦୀର୍ଘ ଦିନର ଦାବୀ ପୁରଣ ହେବ। ଏହି ଅବସରରେ ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ମାନନିୟା ସାଂସଦ ମଞ୍ଜୁଲତା ମଣ୍ଡଳ, ମାନ୍ୟବର ବିଧାୟକ ଭଦ୍ରକ ଶ୍ରୀଯୁକ୍ତ ସଂଜୀବ ମଲ୍ଲିକ, ପୁର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ଭଦ୍ରକ ଟାଉନ ରୁ କମଳ ଲୋଚନ ପଣ୍ଡା l

Please Share

Leave a Reply

Your email address will not be published. Required fields are marked *