ଅଣାୟତ୍ତରେ ଓଡ଼ିଶା ବାସି।

Advertisement
Advertisement
Click for Any Complaint Regarding This News
AAA Online Services

ଅମ୍ବିକା ପ୍ରସନ୍ନ ତ୍ରିପାଠୀ

ବେଡି ଉପରେ କୋରଡ଼ା ମାଡ।ଭାଗ୍ୟର ବିଡମ୍ବନା ,ସହ ପ୍ରକୃତିର ପରିହାସ ତା ସାଙ୍ଗକୁ ନିୟନ୍ତ୍ରଣାହିନ ସରକାର।ଏପଟେ ଗଲେ ବାଘ ଖାଉଛି ସେପଟେ ଗଲେ କୁମ୍ଭୀର ଖାଉଛି ଆଉ ମଝିରେ ଖାଇ ରହିଛି। ବିଚରା ମନୁଷ୍ୟ ଭୟ ଆତଙ୍କ ଓ ବିଭୀଷିକା ର ଶିକାର।ଗତ ନଅ ମାସ ଧରି ମହାମାରୀ କରୋନା ତାଣ୍ଡବ ନୃତ୍ୟ କରି ଚାଲିଛି ତାର ପ୍ରଭାବରେ ରାଜ୍ୟ ଦେଶ ପୃଥିବୀ ପ୍ରକମ୍ପିତ।

ରାଜ୍ୟରେ ହାହାକାର ହା ଅନ୍ନ ଭଳି ସମସ୍ୟା ଧନ ଜୀବନ ନଷ୍ଟ। ମନୁଷ୍ୟ ନିଜ ମେରୁଦଣ୍ଡ ଭାଙ୍ଗି ବସିଲାଣି। କରୋନା ରୁ ବଞ୍ଚିବାକୁ ଯାଇ କୌଳିକ ବ୍ୟବସାୟ ହରାଇ କିଂକର୍ତବ୍ୟ ମୂଢ।ଉତ୍ପାଦନ ହ୍ରାସ,ବୃତ୍ତି ହରା ,ବଞ୍ଚିବାର ଆପ୍ରାଣ ଚେଷ୍ଟା ।ସମାଜର ସବୁ ଶ୍ରେଣୀର ଲୋକେ ପ୍ରଭାବିତ।ସବୁଠାରୁ କ୍ଷତିଗ୍ରସ୍ତ ଗରିବ ଆଉ ମଧ୍ୟବିତ୍ତ ପରିବାର। ରୋଜଗାର ଶୂନ୍ୟ,ବେସରକାରୀ ଚାକିରି ରୁ ବିତାଡିତ ପରିବାର ହାହାକାର କଲେଣି ବଞ୍ଚିବେ କେମିତି।ଆଜିର ପରିସ୍ଥତି ସଂପୂର୍ଣ୍ଣ ଅଣାୟତ୍ତ। ବଜାର ଦର ଖାଉଟି ର ପକେଟ୍ ରୁ ବାହାରେ।କୌଣସି ପ୍ରତିକ୍ରିୟା ନାହିଁ। ଦୁଃଖ କହିଲେ ନ ସରେ।ଆପତ୍ତି ଅଭିଯୋଗ କରିବେ କାହାକୁ।

ଦିନ କୁ ଦିନ ବଜାର ଦର ଆକାଶ ଛୁଆଁ ।ପେଟ୍ରୋଲ ଦର ବଢ଼ି ଚାଲିଛି ଆଜି ୮୨ଟଙ୍କା ରେ ପହଞ୍ଚିଲାଣି,ରାଜ୍ୟ ସରକାର କିଛି କରି ପାରିବେନି।ଗ୍ୟାସ ଦର ବଢ଼ି ବଢ଼ି ଚାଲିଛି କେନ୍ଦ୍ର ସରକାର ନୀରବ।ରାଜ୍ୟ ସରକାର ଉପାୟ ହିନ।ରୋଜଗାର ବ୍ୟବସାୟ ହରାଇ ବସିଥିବା ପରିବାର ଚଳିବ କେମିତି? ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁନି ଲୋକେ କାହାକୁ ସାମନା କରିବେ ।ବଜାର ଦର ହୂ ହୂ ହୋଇ ବଢ଼ି ଚାଲିଛି ଆଜି ପରିବା ଦର ଆକାଶ ଛୁଆଁ ,ଆଳୁ କିଲୋ ପ୍ରତି ୪୫ଟଙ୍କା,ପିଆଜ ୭୦ଟଙ୍କା ଅନ୍ୟ ସବୁ ପରିବା ଆଜି ୫୦ ରୁ୬୦ ଟଙ୍କା ଆୟ ତ ନାହିଁ ଚଳିବେ କେମିତି।ପେଟ ଚାଖଣ୍ଡେ ପାଇଁ ସବୁ ନାଟ।ନିତ୍ୟ ବ୍ୟବହାର ଜିନିଷ ଦର କୁ ସୀମା ଭିତରେ ରଖିବାର ଶକ୍ତି ପ୍ରଶାସନ ହାତରେ ନାହିଁ। ମୁନଫାଖୋର୍ ବ୍ୟବସାୟୀ ଆଜି ମାଲା ମାଲ୍ ଆଉ ଖାଉଟି ବଜାରରୁ କାନ୍ଦି କାନ୍ଦି ଘର କୁ ଫେରୁଛି।ନିର୍ଭୟରେ ଅବାଧ ରେ କଳାବଜାରୀ ଚାଲିଛି ସେଥି ପ୍ରତି ଦୃଷ୍ଟି ନାହିଁ ।ପ୍ରତିଦିନ ଟିଭି ଆଉ ଖବର କାଗଜରେ ଜଣେ ନା ଜଣେ ଶାସନ କଳ ର ବଡ଼ ବଡ କର୍ମଚାରୀ ଲାଞ୍ଚ ଉତ୍କୋଚ ଆଉ ଆତ୍ମସାତ କରି ଆୟର ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ନିଲମ୍ବିତ। କିନ୍ତୁ ଲାଭ କଣ ସେତ ଜେଲ ଯିବେ କିନ୍ତୁ କଣ ସରକାର ତାଙ୍କର ସମସ୍ତ ସ୍ଥାବର ଅସ୍ଥାବର୍ ସମ୍ପତି ବ୍ୟାଯା ପ୍ତ କରିଦେଉଛନ୍ତି।ସରକାର କହୁଛନ୍ତି ରାଜ କୋଷ ଶୂନ୍ୟ।ଯେଉଁ ଶାସନ ରେ ଗରିବ ମଧ୍ୟବିତ୍ତ ପରିବାର ନିଶ୍ଚିହ୍ନ ହେବାକୁ ବସିଲେଣି ସେ କେଉଁ ଭଳି ସୁବର୍ଣ୍ଣଯୁଗ ତାହା ସମସ୍ତେ ମର୍ମେ ମର୍ମେ ଅନୁଭବ କଲେଣି।
ସରକାରୀ ଚାକିରୀ ନାହିଁ,ବେସରକାରୀ ଚାକିରି ନାହିଁ,ରୋଜଗାର ନାହିଁ କାରଣ କରୋନା ସବୁ କିଛି ଧ୍ଵଂସ କରି ଦେଇଚି।ବଞ୍ଚିବାର ବୃଥା ପ୍ରୟାସ ଆଜି ପାଣିଫୋଟକା ସାଜିଛି।ପରିବାର ଭରଣ ପୋଷଣ ନ କରିପାରି ଲୋକେ ଚିନ୍ତାରେ ରୋଗ ଗ୍ରସ୍ତ।

ଆଜିର ପ୍ରଶାସନ ୟେ ସରକାର କଣ ଏତେ କମଜୋର ଜେ କି ସାଧାରଣ ଜନତାଙ୍କୁ ଏଭଳି ଦୟନୀୟ ପରିସ୍ଥିତିରୁ ରକ୍ଷାକରି ପାରିବନି। ସମସ୍ତେ ମିଳି ମିଶି ପରିସ୍ଥିତି କୁ ମୁକାବିଲା କରିବାକୁ ପଡ଼ିବ ଏଥିରେ ସରକାର ଅଗ୍ରଣୀ ଭୂମିକା ନିଭାଇ ବାକୁ ପଡ଼ିବ। ସମ୍ବାଦ ପତ୍ର ର କର୍ତ୍ତବ୍ୟ ହେଲା ପ୍ରତିଦିନ ବିଭିନ୍ନ ସ୍ତରରେ ଘଟୁଥିବା ଘଟଣା ବଳୀ ର କଟୁ ସତ୍ୟ କୁ ସଂଗ୍ରହ କରି ସରକାର ଓ ଜନତାଙ୍କ ଆଗରେ ପ୍ରକାଶ କରିବା।ଯାହାଦ୍ଵାରା କିଛି ଦୋଷ ତ୍ରୁଟି ଥିଲେ ତାହା ସଂଶୋଧନ ହୋଇ ନୂଆ ରାସ୍ତା ଖୋଲି ଯାଏ।ଅପ୍ରିୟ ସତ୍ୟ ହିଁ କଟୁ କର ହୋଇଥାଏ କିନ୍ତୁ ସୁଫଳ ଦେଇଥାଏ। ସରକାର ଙ୍କ କାମ ହେଲା ଜନତାଙ୍କ ଧନ ଜୀବନ ସୁରକ୍ଷା ସହ ଯେଉଁ ମାନେ ବେ ରୋଜଗାର ସେମାନଙ୍କୁ ସୁଯୋଗ ଦେଇ ସ୍ୱାବଲମ୍ବୀ କରାଇବା ର ବାଟ ବତାଇବା।ସମାଜକୁ ନିଷ୍କଳଙ୍କ କରି ଦୃଢ଼ ପ୍ରଶାସନ ପ୍ରତିଷ୍ଠା କରିବା।ଅନ୍ୟାୟ କରୁଥିବା ଲୋକେ ଓ ବିଭାଗ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ନିଶ୍ଚିତ ଧିରେ ଧିରେ ସବୁ ବଦଳିଯିବ ସୁଶାସନ ପ୍ରତିଷ୍ଠିତ ହେବ । ଦୀର୍ଘ ବର୍ଷ ଧରି ଚାଲିଥିବା ଶାସନ ର ଅଭିଜ୍ଞତା ପରିପକ୍ୱତା ଜନତାଙ୍କ ପାଇଁ ଚିନ୍ତାର ବିଷୟ ହୋଇ ନ ଥାଏ।

Please Share

Leave a Reply

Your email address will not be published. Required fields are marked *