ପଦ୍ମପୁର-ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ଜମଲା ପଂଚାୟତ ରେ ଯାଉଥିବା ଡୁଙ୍ଗୁରିପାଲି ଗାଁ ରେ ମାତ୍ର ଦୁଇଟି ୱlର୍ଡ ର ଜନବସତି ର ଏକ ପଲ୍ଲୀ ଗ୍ରାମ ଅଟେ l ଗାଧୋଇବା ପାଇଁ ଉଦ୍ଦିଷ୍ଟ ଏକମାତ୍ର ପୋଖରୀ ଟି ବର୍ତ୍ତମାନ ପରିତ୍ୟକ୍ତ କହିଲେ ଚଳେ l ବର୍ତ୍ତମାନ ଠୁ ସ୍ଥିତ ସଙ୍ଗୀନ ହେଲାଣି lପରିତ୍ୟକ୍ତ ପୋଖରୀ ପାଣି ରେ ଲୋକେ ସ୍ନାନ କରିବା ଫଳରେ ବିଭିନ୍ନ ପ୍ରକାରର ର ସଂକ୍ରମଣ ରୋଗ ସହ କାଛୁକୁଣ୍ଡିଆ ଡିଆଁ ରୋଗ ଗାଁ ରେ ଧିରେଧିରେ ମାଡିବାଫଳରେ ପ୍ରାୟ ଏକ ବର୍ଷ ହେବ ପାନୀୟ ଜଳ ପାଇଁ ଥିବା ନଳକୂପ ରେ ଲୋକେ ଗାଧୋଇବା ଆରମ୍ଭ କରିଆସୁଛନ୍ତି lନଳକୂପ ମାନଙ୍କରେ ପ୍ରବଳ ଭିଡ଼ ହେବାଦ୍ବାରା ପିଇବା ପାଣି ଯୋଗାଡ଼ କଷ୍ଟସାଧ୍ୟ ହୋଇ ପଡିଛି l
ଏଣୁ ତୁରନ୍ତ ପୋଖରୀ ର ପଙ୍କୋଦ୍ଧାର ବ୍ଲକ ତରଫରୁ କରିବାକୁ ଗ୍ରାମବାସୀ ମାନେ ସ୍ଥାନୀୟ ପ୍ରସାଶନ ଙ୍କୁ ଜଣାଉଛନ୍ତି lବରଗଡ ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା
ପୋଖରୀ ର ପଙ୍କୋଦ୍ଧାର କରାଯାଉ
Click for Any Complaint Regarding This News
AAA Online Services