କରୋନା କଟକଣାକୁ ଅବମାନନା କରି ଭୋଜି ଆୟୋଜନ : 50 ହଜାର ଜରିମାନା ଆଦାୟ କଲା ପ୍ରଶାସନ

Advertisement
Advertisement
Click for Any Complaint Regarding This News
AAA Online Services

ବାଲିପଡ଼ା:-କରୋନା କଟକଣାକୁ ଅବମାନନା କାରି ଖୁଲମ ଖୁଲା ରାଜନେତାଙ୍କ ଚାତ୍ରଛାୟା ତଳେ ଆୟୋଜିତ ହେଉଥିଲା ବାର୍ଷିକା ଭୋଜି ଚଢ଼ାଉ କଲା ପ୍ରଶାସନ I ମିଳିଥିବା ସୂଚନା ମୁତାବକ କୁକୁଡାଖଣ୍ଡି ଗ୍ରାମର ପି. ସୁବାଷ ନାମରେ ଜଣେ ବ୍ୟକ୍ତି ନିଜ ବାପାର ବର୍ଷିକା ଭୋଜି ପାଖାପାଖି 2000 ଲୋକଙ୍କ ପାଇଁ ଆୟୋଜନ କରୁଥିଲେ I କୌଣସି ସୂତ୍ରରୁ ଖବର ପାଇଁ କୁକୁଡାଖଣ୍ଡି ତହସିଲଦାର ଡ଼.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ସ୍ଥାନୀୟ ସଦର ପୋଲିସ ସହାୟତାରେ ଆୟୋଜିତ ଚାଲିଥିବା ଭୋଜି ଉପରେ ଅଚାନକ ଚଢ଼ାଉ କରିଥିଲେ l ଉକ୍ତ ସ୍ଥାନରୁ ଖାଦ୍ୟ ସାମଗ୍ରୀ ଜବତ କରିବା ସହ 50 ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଚି I ଶୀତ ଋତୁରେ କରୋନା ଫେରିବା ନେଇ ଜିଲ୍ଲାପାଳ ବାରମ୍ବାର ନିଜ କାର୍ଯ୍ୟାଳୟରେ ବୈଠକ କରି ପ୍ରଶାସନିକ ଅଧିକାରୀଙ୍କୁ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ସହ ନିୟମ ଖିଲାପ କାରିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଟାନ ନେବା ପାଇଁ ନିର୍ଦ୍ଧେଶ ଦେଉଥିବାବେଳେ ଜନସାଧାରଣ ଖାମ ଖିଆଲ ମନଭାବ ପୋଷଣ କରୁଥିବା ଦେଖିବାକୁ ମିଳୁଚି I ତେଣୁ ଆଗାମୀ ଦିନରେ ଖିଲାପ କାରିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଟାନ ନିଆଯିବ ବୋଲି ତହସିଲଦାର ସୂଚନା ଦେଇଚନ୍ତି I

Please Share

Leave a Reply

Your email address will not be published. Required fields are marked *