ବାଚସ୍ପତି ଡ. ସୂର୍ଯ୍ୟ ରାୟଣ ପାତ୍ରଙ୍କ ନିଜ ଅଞ୍ଚଳର ବିକାଶ ନିମନ୍ତେ ସବୁବେଳେ ତପ୍ତର

Advertisement
Advertisement
Click for Any Complaint Regarding This News
AAA Online Services

ବ୍ରହ୍ମପୁର : ଓଡ଼ିଶା ବିଧାନ ସଭା ବାଚସ୍ପତି ଡ. ସୂର୍ଯ୍ୟ ରାୟଣ ପାତ୍ରଙ୍କ ନିଜ ଅଞ୍ଚଳର ବିକାଶ ନିମନ୍ତେ ସବୁବେଳେ ତପ୍ତର। ଏଥି ପାଇଁ ସମସ୍ତଙ୍କ ପାଖରେ ସେ ପ୍ରିୟ ଭାଜନ। ତାଙ୍କରି ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କୁଷପଡ଼ା ଗ୍ରାମର ମେଳା ପର୍ବତର ଉନ୍ନତି ପାଇଁ ସରକାରୀ ଅନୁଦାନ ଯୋଗାଇଛନ୍ତି। ବହୁ ପୁରାତନ କିମ୍ବଦନ୍ତୀ ବହନ କରୁଥିବା ଏହି ପାହାଡ଼ ହେବ ସୌନ୍ଦର୍ଯ୍ୟ କରଣ।ଏଥି ନିମନ୍ତେ ମଙ୍ଗଳ ବାରଦିନ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବର , ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ,ବ୍ଲକ ଉପାଧ୍ୟକ୍ଷ ପ୍ରତିନିଧି ଏମ୍. ନିରଞ୍ଜନ ରେଡି, ସରପଞ୍ଚ ପ୍ରତିନିଧି ଏସ.ଗାନ୍ଧୀ ଦୋରା ପାହାଡ଼ ନିକଟରେ ପହଞ୍ଚି ଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶବର ତୁରନ୍ତ କାର୍ଯ୍ୟ କରିବା ନିମନ୍ତେ ଅନୁମତି ଦେଇଥିଲେ। ବହୁଦିନ ହେବ ଉପାଧ୍ୟକ୍ଷ ପ୍ରତିନିଧି ଶ୍ରୀ ରେଡି ଙ୍କୁ ଗ୍ରାମର ଯୁବକ ଏବଂ ବୁଦ୍ଧିଜୀବୀ ମାନେ ଏହାର ଉନ୍ନତି କରିବା ନିମନ୍ତେ ଜଣାଇ ଥିଲେ । ଗତକାଲି ଏହି କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା। ଏଥିରେ ବ୍ଲକ ଉପାଧ୍ୟକ୍ଷ ପ୍ରତିନିଧି ଏମ୍.ନିରଞ୍ଜନ ରେଡି ସରପଞ୍ଚ ପ୍ରତିନିଧି ଏସ.ଗାନ୍ଧୀ ଦୋରା , ଯୁବନେତା ଜି.ସନ୍ତୋଷ ଦୋରା ଏବଂ ଗ୍ରାମର ଉତ୍ସାହୀ ଯୁବକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଏହି ପାହାଡ଼ ଉପରେ ବହୁ ବର୍ଷ ପୂର୍ବେ ବହୁ ସାଧୁ ସନ୍ଥ ରହୁଥିଲେ ତେଣୁ ଏଠାକାର ମହାତ୍ମ୍ୟ ରହିଛି ,ଏହା ଅନେକଙ୍କ ଦୃଷ୍ଟି ଆଡୁଆଳରେ ରହିଥିଲା। ବର୍ତ୍ତମାନ ଏହା ଦିଗପହଣ୍ଡି ବ୍ଲକ ଏକ ପ୍ରମୁଖ ପର୍ଯ୍ୟଟକ ସ୍ଥଳୀ ଭାବେ ଗଢି ତୋଳିବା ନିମନ୍ତେ ପଞ୍ଚାୟତ ବାସି ଆଗଭର ହୋଇଛନ୍ତି । ଏହି କାର୍ଯ୍ୟର ଆରମ୍ଭ ଯୋଗୁଁ ଗ୍ରାମବାସୀ ବିଶେଷକରି ଯୁବଗୋଷ୍ଠୀ ନିରଞ୍ଜନ ରେଡିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Please Share

Leave a Reply

Your email address will not be published. Required fields are marked *