- ବଡ ପୁଅ ଯୋଶେଫ ବିଡେନଙ୍କର ଅକାଳ ମୃତ୍ୟୁ
ଯୋଶେଫ ଜୋ ବିଡେନଙ୍କର ବଡ଼ପୁଅ ଥିଲେ। 2015 ରେ, ଜୋସେଫ ମସ୍ତିଷ୍କ କର୍କଟରେ ମୃତ୍ୟୁ ବରଣ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 46 ବର୍ଷ ହୋଇଥିଲା। ତାଙ୍କ ପିତାଙ୍କ ପଦାଙ୍କ ଅନୁସରଣ କରି ଯୋଶେଫ ବିଡେନ ମଧ୍ୟ ରାଜନୀତିରେ ନିଜର କ୍ୟାରିୟର କରିଥିଲେ। ସେ 2007 ରୁ 2015 ପର୍ଯ୍ୟନ୍ତ ଆମେରିକାର ଡେଲାୱେରର 44 ତମ ଆଟର୍ଣ୍ଣି ଜେନେରାଲ୍ ଥିଲେ। ଏପରି ଏକ ସମୟ ଥିଲା ଯେତେବେଳେ ବିଡେନ ଚାହୁଁ ଥିଲେ ଯେ ତାଙ୍କ ବଡ ପୁଅ ରାଷ୍ଟ୍ରପତି ପ୍ରାର୍ଥୀ ହୁଅନ୍ତୁ।
- କାର ଦୁର୍ଘଟଣାରେ ସ୍ତ୍ରୀ ଓ ଝିଅ ର ମୃତ୍ୟୁ
1972 ମସିହାରେ ଜୋ ବିଡେନଙ୍କ ପ୍ରଥମ ପତ୍ନୀ ନିଏଲା ହଣ୍ଟର୍ ଏବଂ ଝିଅ ନେଓମି ଏକ କାର ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ।
- ନିଶାଗ୍ରସ୍ତ ସାନ ପୁଅ ହଣ୍ଟର୍ ବିଡେନ
ହଣ୍ଟର୍ ବିଡେନ ପ୍ରବଳ ମଦ୍ୟପାନ ଓ ନିଶା ସେବନ ରେ ଲିପ୍ତ ଥିଲେ । ଜୋ ବିଡେନ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ସାନପୁଅ ହଣ୍ଟର୍ ସାଧାରଣ ଯୁବକଙ୍କ ପରି ନିଶା ସହ ସଂଘର୍ଷ କରିଛନ୍ତି ଏବଂ ତାଙ୍କ ପୁଅ ନିଶା ଛାଡିଥିବାରୁ ସେ ଅତ୍ୟନ୍ତ ଗର୍ବିତ ଅନୁଭବ କରୁଛନ୍ତି।