ପଦ୍ମପୁର:- କଥାରେ ଅଛି କଷ୍ଟ କଲେ କୃଷ୍ଣ ମିଳେ ଯାହା ବାସ୍ତବରେ ଆନ୍ତର୍ଜାତିକ କଳାକାର ଭାବେ ପରିଚିତ ହେଇଥିବା ଜଗନ୍ନାଥ ସେଠ ଙ୍କ ଠାରୁ ପ୍ରମାଣିତ ହୋଇଛି lବରଗଡ ଜିଲ୍ଲା ପଦ୍ମପୁର ସହର ରୁ ଅନତିଦୂରରେ ଥିବା ମହୁଲପାଲି ଗ୍ରାମ ରେ ଏକ ମଧ୍ୟବିତ୍ତ ପରିବାରରେ ୧୯୭୯ମସିହା ରେ ଜଗନ୍ନାଥ ସେଠଙ୍କ ଜନ୍ମ lବାପା ଙ୍କ ନାମ ଜତି ସେଠ ଓ ମାଆ ଙ୍କ ନାମ ପାର୍ବତୀ ସେଠ lଜଗନ୍ନାଥ ସେଠ କହନ୍ତି ନିଜକୁ ମିଶାଇ ୬ ଭାଇ ଭଉଣୀ l ଛୋଟବେଳୁ ମୁଁ ନିଶ୍ଚୟ ହିରୋ ହେବି ବୋଲି ସୁନେଲି ସ୍ୱପ୍ନ କୁ ସତରେ ପରିଣତ କରିବା ଏକମାତ୍ର ଅସ୍ତ୍ର ହେଉଛି ବଡ ମାନଙ୍କ ଆଶ୍ରିର୍ବାଦ ଓ ଶୁଭକାମନା l
ଆଜି ମୋର ପ୍ରିୟ ଗୁରୁ କେଶରଂଜନ ପ୍ରଧାନ,ମାଆ ବାପା ତଥା ମୋତେ ପାଠ ପଢ଼ାଇ ଥିବା ଗୁରୁ ମାନଙ୍କ ପାଇଁ ଅଲିଉଡ ଷ୍ଟାରଟିଏ ହୋଇ ପାରିଛି l ସ୍କୁଲ ରେ ପଢୁଥିବା ସମୟ ରେ ଅନ୍ୟ ଲୋକ ଙ୍କ ମୂଲଲାଗି ସେ ସମୟ ରେ ୧୯ ଟଙ୍କା ରେ ପାଠ ପଢା ଖର୍ଚ୍ଚ ମଧ୍ୟ ବାହାର କରିଛି l ବିଭିନ୍ନ ଠାକୁରଙ୍କ ମୂର୍ତ୍ତି ତିଆରି କରି ବିକ୍ରୟ ମଧ୍ୟ କରିଛି ଜୀବନରେ ମୁଁ କେବେ ହାର ମାନିନି l ମୋର ଅଭିନୟ ଆରମ୍ଭ ହୁଏ ଆମ ମହୁଲପାଲି ଗ୍ରାମ ରେ ଚାଲିଥିବା ରାମଲୀଳା ରୁ lପ୍ରାରମ୍ଭେ ମୋତେ ପବନ ପୁତ୍ର ହନୁମାନ ଭୂମିକା ରେ ଅଭିନୟ ମିଳିଥିଲା, ମୋର ନିଖୁଣ ଅଭିନୟ ରେ ଅନେକେ ସେ ସମୟରେ ପ୍ରଶଂସା କରିଥିଲେ l
ଗୁରୁ ନାଟ୍ୟକାର କେଶରଂଜନ ପ୍ରଧାନ ଙ୍କ କଥାରେ ଅନୁପ୍ରାଣିତ ହୋଇ ପଦ୍ମପୁର ନାଟ୍ୟସଂସ୍ଥା ଲୁ ତରଫରୁ ୧୯୯୮ ରେ ଅଭିନୟ କଲି lପରେପରେ ୨୦୦୭ ମସିହାରେ ଏନ୍.ଏସ୍.ଡି ରେ ସିଟ ପାଇ ଅଗ୍ରଗତି ପଥେ ଆଗେଇ ଚାଲିଲି lୟା ପରେ ମୁମ୍ବାଇ ଯେଉଟା କି ମୋର ସୁନେଲି ସ୍ୱପ୍ନ ଥିଲା ସେଇଠି ପାଦଦେଇ ଆଜି ର ସମୟରେ ୪ ଟି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିସାରିଛି,୧୨ ଗୋଟି ଏଡ୍ ଫିଲିମ,ଆଉ ଗୋଟିଏ ଆନ୍ତର୍ଜାତିକ ଫିଲ୍ମ Shemkhor ରେ ଅଭିନୟ କରିଛି l
କଳା ମୋ ପାଇଁ ଏକ ନିଶାରେ ପରିଣତ ହୋଇସାରିଛି lଆମ ପ୍ରତିନିଧି ବାହା ହେବା ସମ୍ପର୍କରେ ପଚାରିବାରୁ କଳାର ପୂଝାରୀ ଶ୍ରୀ ଜଗନ୍ନାଥ ସ୍ମିତହସି କହନ୍ତି ବାହା ହୋଇ ସାରିଛି ମୋ ସ୍ତ୍ରୀ ହେଉଛନ୍ତି ରଶ୍ମୀ, ପୁଅ ଦୁଇଟି ଜଣକ ନାମ ଦେବେଶ ଆଉ ଜଣକ ନାମ ହେଲା ମହେଶ lବରଗଡ ପଦ୍ମପୁରରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା