ପାଟନା: ବିହାରର ଭାଗଲପୁର ଗଙ୍ଗାନଦୀରେ ଗୁରୁବାର ୧୦୦ଲୋକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଭାରସମ୍ୟ ହରାଇ ବୁଡ଼ି ଯାଇଥିବା ସୁଚନା ମିଳିଅଛି । ଏହି ଡଙ୍ଗାରେ କିଛି ମହିଳା ଓ ଶିଶୁ ମଧ୍ୟ ଥିବା ଜଣାପଡ଼ିଛି। ତେବେ ସୁଚନା ମୁତାବକ ୧୦୦ଜଣଙ୍କ ମଧ୍ୟରୁ ୩୦ଜଣଙ୍କୁ ବୁଡ଼ି ଯିବାରୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏଥିମଧ୍ୟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି ଓ ଉଦ୍ଧାର କାର୍ଯ୍ୟ ଜାରୀ ଅଛି l ରିପୋର୍ଟ ଅନୁଯାୟୀ , ଗୁରୁବାର ସକାଳେ ଗୋପାଳପୁର ଥାନା ଅନ୍ତର୍ଗତ ତିନଟଙ୍ଗାରୁ ଏକ ଡଙ୍ଗା ୧୦୦ଜଣ ଯାତ୍ରୀଙ୍କୁ ନେଇ ଦିୟାରା ଅଭିମୁଖେ ଯାତ୍ରା କରୁଥିବା ସମୟରେ ଦୁର୍ଭାଗ୍ୟବଶତଃ ଜୋରରେ ପବନ ବୋହିବାରୁ ଡଙ୍ଗା ଭଉଁରି ଭିତରେ ଫସିଯାଇଥିଲ ଫଳରେ ଭାରସାମ୍ୟ ରକ୍ଷା କରି ନପାରି ଡଙ୍ଗାଟି ଭରା ନଦୀରେ ଓଲଟି ପଡ଼ିଥିଲା।