ରାଜଗାଙ୍ଗପୁର : ରାଜଗାଙ୍ଗପୁର ଓସିଏଲ କାରଖାନାର ମନମୁଖୀ କାର୍ଯ୍ୟ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ ଟ୍ରକ ମାଲିକ ସଂଘ କାଲି ରାତି ପ୍ରାୟ ୯ ଟା ମସୟରେ କିଛି ଟ୍ରକ ମାଲିକ ଓସିଏଲ ର ମୁଖ୍ୟ ଗେଟ ବନ୍ଦ କରିଥିଲେ l ସେମାନେ ଅଭିଯୋଗ କରିଥିଲେ ଯେ ତାଙ୍କର ଟ୍ରକ ଠିକ ଭାବେ ଏବଂ ଠିକ ସମୟରେ ଲୋଡ଼ିଂ ଦିଆଯାଉ ନାହିଁ ଓ ଡ୍ରାଇଭରକୁ ବହୁତ ହଇରାଣ ହରକତ କରିଅଛନ୍ତି । ତେଣୁ ସେମାନେ ଓସିଏଲ ଭିତରେ ଲୋଡିଗଂ ଯିବାକୁ ମଙ୍ଗୁ ନାହାନ୍ତି,ଟ୍ରକ ମାଲିକ ଅଭିଯୋଗ କରିଥିଲେ ଯେ କାରଖାନା ଭିତରେ ଖାଇବା ପିଇବା ବ୍ୟବସ୍ଥା ନାହିଁ ଏବଂ କେମିକାଲ ଦୁର୍ଗନ୍ଧ ଯୋଗୁଁ ସେମାନେ ସେଠାରେ ବେଶୀ ସମୟ ଧରି ରହିବାରୁ ବେମାର ପଡ଼ୁଛନ୍ତି ।
ସେମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କିଛି ଶୁଣୁ ନାହାନ୍ତି ,ତେବେ ପ୍ରଦତ୍ତ ସୂଚନା ଅନୁସାରେ ତାଙ୍କର ଗାଡ଼ି କାରଖାନା ରେ ଦୁଇ ଦିନ ଧରି ପଡ଼ି ରହି ଲୋଡ଼ ପାଉ ନ ଥିବାରୁ ସେମାନେ ବାଧ୍ୟହେଇ ମୁଖ୍ୟ ଗେଟ ବନ୍ଦ କରିଥିଲେ, ଶେଷରେ କାରଖାନା କର୍ତ୍ତୃପକ୍ଷ ରାତିରେ ପ୍ରାୟ ୧୧ ଟା ସମୟରେ ଟ୍ରକ ମାଲିକ ସଂଘ ସହ କଥା ବାର୍ତ୍ତା ପରେ ଗେଟ ଖେଲିଥିଲେ ଏବଂ ଗାଡ଼ି ଯିବା ଆସିବା ସ୍ୱାବାଭିକ ହେଇଥିଲା ।
ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରରୁ ଦେବବ୍ରତ ମିତ୍ରଙ୍କ ରିପୋର୍ଟ ।
ରାଜଗାଙ୍ଗପୁର ଓସିଏଲ କାରଖାନାର ମନମୁଖୀ କାର୍ଯ୍ୟ ବିରୋଧରେ ଟ୍ରକ ମାଲିକ ସଂଘ ଆନ୍ଦୋଳନ : ବୁଝା ସୁଝା ପରେ ପରିସ୍ଥିତି ସ୍ବାଭାବିକ
Click for Any Complaint Regarding This News
AAA Online Services