ଆମେରିକା : ଆଜି ଆଉ କିଛି ସମୟ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସୁଛି , ଏହି ଫଳାଫଳ ନିଷ୍ପତ୍ତି ନେବ ଯେ ସୁପର ପାୱାର ଆମେରିକାର ପାୱାରହାଉସକୁ ହ୍ଵାଇଟ ହାଉସକୁ କିଏ ଦଖଲ କରିବ। ସର୍ବଶେଷ ଫଳାଫଳ ଅନୁଯାୟୀ ଜୋ ବିଡେନ ଓ ଡୋନାଲ୍ଡ ଟ୍ରମ୍ପ ମଧ୍ୟରେ ବ୍ୟବଧାନ ବହୁ ମାତ୍ରାରେ ବୃଦ୍ଧି ପାଇଛି । ସର୍ବଶେଷ ସୁଚନା ମୁତାବକ ବିଡେନଙ୍କୁ 264 ଇଲେକ୍ଟୋରିଆଲ୍ ଭୋଟ୍ ମିଳିଥିବାବେଳେ ଟ୍ରମ୍ପ୍ ବର୍ତ୍ତମାନ ସୁଦ୍ଧା 214 ଇଲେକ୍ଟୋରିଆଲ୍ ଭୋଟ୍ ମିଳିଛି। ମିଚିଗାନ୍, ଉଇନକନସିନ୍ ରାଜ୍ୟରେ ବିଜୟ ଜୋ ବିଡେନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଓ ତାଙ୍କର ରାଷ୍ଟ୍ରପତି ହେବା ରାସ୍ତା ପରିଷ୍କାର କରିଥିଲା । ଏଠାରେ କୁହାଯାଇ ପାରେ ଯେ ଜୋ ବିଡେନ ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ଚିତ୍ର ସ୍ପଷ୍ଟ ହୋଇଛି । ଏଠାରେ ସୁଚନା ଯୋଗ୍ୟ ଯେ ଯୁକ୍ତରାଷ୍ଟ୍ରରେ ମୋଟ ଇଲେକ୍ଟୋରିଆଲ୍ ଭୋଟର ସଂଖ୍ୟା ହେଉଛି 538 ଏବଂ ଜିତିବା ପାଇଁ 270 ଇଲେକ୍ଟୋରିଆଲ୍ ଭୋଟ୍ ଆବଶ୍ୟକ |
ଆମେରିକା ରାଷ୍ଟ୍ରପତି ନିର୍ବାଚନ : ଶେଷ ପର୍ଯ୍ୟାୟରେ ଭୋଟ ଗଣତି ; ଜାଣନ୍ତୁ କିଏ କରୁଛନ୍ତି ହ୍ଵାଇଟ ହାଉସକୁ ଦଖଲ
Click for Any Complaint Regarding This News
AAA Online Services