ରାଜଗାଙ୍ଗପୁର ଟାଉନ କଂଗ୍ରେସ ପକ୍ଷରୁ ନୁତନ କୃଷି ବିଲ ବିରୋଧରେ ପ୍ରତିବାଦ ସଭା

Advertisement
Advertisement
Click for Any Complaint Regarding This News
AAA Online Services

ଆଜି ରାଜଗାଙ୍ଗପୁର ଟାଉନ କଂଗ୍ରେସ ପକ୍ଷରୁ ନୁତନ କୃଷିବିଲ ବିରୋଧରେ ପ୍ରତିବାଦ ସଭା ଓ  ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଥିଲା।ଉକ୍ତ ସଭାରେ ରାଜଗାଙ୍ଗପୁରର ବିଧାୟକ ଶ୍ରୀ ରାଜନ ଏକ୍କାଙ୍କ ନେତୃତ୍ୱରେ ଶହ ଶହ କୃଷକ ଓ କଂଗ୍ରେସ ନେତା, କର୍ମୀ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।ଏଥିରେ ପୁର୍ବତନ ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା କଂଗ୍ରେସର ଆବାହକ ଶ୍ରୀ ଜର୍ଜ ତୀର୍କୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ ଏବଂ କେନ୍ଦ୍ର ,ରାଜ୍ୟ ସରକାର ବିରୋଧରେ ପ୍ରତିବାଦର ସ୍ବର ସୁଦୃଢ କରିଥିଲେ l ଉକ୍ତ ସଭାରେ ବରିଷ୍ଠ ନେତା ବିରେନ ସେନାପତି, ରାଜଗାଙ୍ଗପୁର ଟାଉନ ସଭାପତି ପାକା ବାବୁ, ସୁନ୍ଦରଗଡ ଜିଲ୍ଲା ସଭାପତି ବେଣୁଗେପାଲ ତ୍ରିପାଠୀ , ଯୁବ ନେତା ଦେବରଞନ ବିନୋଦ, ବରିଷ୍ଠ ନେତା ଅମ୍ବିକା  ମାହାନ୍ତି, ଅରୁଣ ସାମିଲ, ଇକବିଳ ମଲ୍ଲିକ, ଶସିଭୁସନ ଚୈରସିଆ, ଅଜୟ ବାଗେ, ଯୁବ କଂଗ୍ରେସ ନେତା ଫଇମ ଅକତର,ଏବଂ ସେବା ଦଲ ପ୍ରମୁଖ ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନକୁ ସୁଚାର ରୁପେ ଆୟୋଜନ  କରାଇଥିଲେ ।ଶେଷରେ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ତହସିଲଦାରଙ୍କ ନିକଟରେ ଦାଖଲ  କରିଥିଲେ।ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରରୁ ଦେବବ୍ରତ ମିତ୍ରଙ୍କ ରିପୋର୍ଟ୍ l

Please Share

Leave a Reply

Your email address will not be published. Required fields are marked *