ପଦ୍ମପୁର : ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ବାନ୍ଦୁପାଲି ଗ୍ରାମର ବିଶିଷ୍ଟ କଳାକାର ବଳରାମ ପଣ୍ଡା ପୁଣି ଫେରିବେ କଳା ଦୁନିଆଁ କୁ l ସାରା ପଶ୍ଚିମ ଓଡିଶାରେ ଦାସ କାଠିଆ ମାଧ୍ୟମରେ ପରିଚିତ ବଳରାମ ପଣ୍ଡା ୫ ବର୍ଷ ହେବ କଳା ଦୁନିଆଁ ରୁ ବିଦାୟ ନେଇଥିଲେ lସେ ୨୫ ବର୍ଷ ବୟସ ରୁ କଳା ଜୀବନ ଆରମ୍ଭ କରିଥିଲେ l ଆଧୁନିକ ଯୁଗ ଆସିଲାପରେ ଦାସ କାଠିଆ କୁ ଲୋକେ କମ୍ ପସନ୍ଦ କରିଥିବାରୁ କଳା ଦୁନିଆଁ ରୁ ବିଦାୟ ନେଇଥିଲେ l ଯୁବ ତାରକା ସାଂସ୍କ୍ରୁତିକ କଳା ପରିଷଦ ର ସଂପାଦକ ସୁରେନ୍ଦ୍ର ମେହେର ଙ୍କର ସଂପର୍ଶ ରେ ଆସିଥିଲେ ବଳରାମ ପଣ୍ଡା କଳା ସଂସ୍କ୍ରୁତି କୁ ବଚେଂଇବା ପାଇଁ ସୁରେନ୍ଦ୍ର ମେହେର ଅନୁରୋଧ କରିଥିବାରୁ ପୁଣି ଫେରିବେ କଳା ଦୁନିଆକୁ ବଳରାମ ବାବୁ l ଏହା ଖବର ପାଇବା ପରେ ଅଂଚଳ ରେ ଖୁସିର ଲହରୀ ଖେଳିଯାଇଛି lପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା
ଦାସ କାଠିଆ ଗାୟକ ପୁଣି ଫେରିବେ କଳା ଦୁନିଆ କୁ……
Click for Any Complaint Regarding This News
AAA Online Services