ବିଜୟ ଦରକାର ଜେନ ତେନ ପ୍ରକାରରେ ଧମକାଇ ର ପୂର୍ଣ୍ଣ ସଂଜ୍ଞା ବିଜେଡି। ଚାଚା କହୁଛନ୍ତି କୈ ସେ ହୋ ଭତିଯେ ? ମେ ତୋ ଓଡ଼ିଶା ମେଁ ମଜେ ମେ ହୁଁ ଅର୍ ଆପ ଚାଚାଜୀ ? ମୋଗାମ୍ବ ଖୁସ ହୁଆ।ଆରେ ବେକୁବ ତୁମେ ମାଲୂମ ନେହିଁ ଥୋଡା ଗର୍ମାଗର୍ମି ଭାଷଣ ଦେଦୋ , ଵେକୁବ ବକବାସ କରେଙ୍ଗେ ଦୋ ଚାର ଦିନ ମେଁ ଭୁଲ୍ ଯାୟେ ଙ୍ଗେ। ଫିର ମଜା ହିଁ ମଜା। ଅଗଲେ ପାଞ୍ଚ ସାଲ କେ ଲିୟେ। ଚଚାଜୀ ଆପ ଖୁସ୍ ତୋ ଆପ କି ଦୁଆସେ ମେଁ ଭି ଖୁସ୍। ମର ନେ ଦୋ ଆପସ ମେଁ ଲଢ଼ କେ।
କି ଯୁଗ ହେଲା ପେଟ୍ରୋଲ ପାଇଁ ଗାଡ଼ି ମାଲିକ କାନ୍ଦୁଛି, ଗ୍ୟାସ ପାଇଁ ଗୃହିଣୀ କାନ୍ଦୁଛି,ପାଠ ପାଇଁ ପିଲା କାନ୍ଦୁଛନ୍ତି, ପରିବା ଦର ପାଇଁ ପକେଟ୍ କାନ୍ଦୁଛି, କରୋନା ପାଇଁ କୋଭୀ ଡ ହସ୍ପିଟାଲ୍ କାନ୍ଦୁଛି,ମରିବା ପରେ ଭାଗ୍ୟ କାନ୍ଦୁଛି ହେଲେ ସଂସାର ଚାଲିଛି କାହା ଆଖିରେ ଲୁହ ନାହିଁ।ହେଲେ ସରକାର କହିଲେ ମଦ ବିକ୍ରି କଲେ ପୁରସ୍କାର ପାଇବ ଲୋକେ କହିଲେ କ୍ଷୀର ମିଳୁନି ମଦ ପିଇଲେ ରାଜସ୍ବ ବଢିବ ଓଡ଼ିଶା ହସିବ।ଆରେ ଯିଏ ନ ପିଇଛି ମଦ ତା ବଉଁସ ଗଧ।ହେଲେ ପରିବାର କହୁଛି ବାଡ଼ିପୋ ଡା ସରକାର ପିଲାଙ୍କୁ ପାଠ ବଦଳରେ ମଦ ବୋତଲ ଧରେଇ ଦେ ଲୁ। ପିଇବା ଲୋକେ କହିଲେ ମଳୁ ଖୋଜୁଥିଲା କାକର ପାଣି , ବ ଇ ଦ କହିଲା ପିଇ ତୋରାଣି। ମଦୁଆ କହୁଛି ପିଇବି ମଦ ,ଚାକିରି ନାହିଁ ଭୁଲିବି ଦୁଃଖ,ମାଗଣା ଖାଇବି ସରକାରୀ ଦବା,ହରିଶ୍ଚନ୍ଦ୍ର ଯୋଜନାରେ ହେବି ମୁଁ ହାୱା।ଦର କାହାକୁ ଭୟ କାହାକୁ ଠାକୁର ଅଛନ୍ତି ଚଉ ବାହାକୁ ଲଗା ତାଳୀ।କେନ୍ଦ୍ରରେ ବିଜେପି ଚାଚା ଆଉ ରାଜ୍ୟରେ ବିଜେଡି ଭତୀ ଜା ।ଭିତିରି ସମ୍ପର୍କ କେହି କାହାକୁ ଦୋଷ ଦେବନି ଲୋକଙ୍କ ଆଗରେ ଗାଳି ଘର ଭିତରେ ପରିବାର ସମ୍ପର୍କ ରେ କୋଳା କୋଳି।କଣ କଲା ସେ…….
ନାରଦ କହିଲେ କି ଯୁଗ ହେଲା ମା ଙ୍କୁ କରୋନ ପାଇଁ ଅଧା ଫୁଟିଆ କରି ଲୁଚେଇ ପୂଜା କଲେ ବାଜା ବାଜିଲେ କରୋନା ମାଡ଼ି ଆସିବ,ଲୋକେ ଆସିଲେ ସାମାଜିକ ଦୂରତା ରହିବନି କେବଳ ବ୍ରାହ୍ମଣ ପୂଜା କରିବେ କେହି ଦେଖିବିନି କାରଣ ମା ଙ୍କୁ କୁଆଡେ କରୋନା ହେଇଚି ଉଡ଼ିବ।ଲୋକେ ଆସିଲେ ସାମାଜିକ ଦୂରତା ରହିବନି ତେଣୁ ଚୁପ୍ କରୋନା ହେବ ରାତିରେ ନେଇ ପୁଣି ମାଆ ଙ୍କୁ ନେଇ ପାଣିରେ ପକେଇଦେବା ଆରେ ଇଏ ତ ସତରେ କଳିଯୁଗ ନ ହେଲେ ମାଙ୍କୁ ବି ମାସ୍କ ପିନ୍ଧାଇ ସଙ୍ଗରୋଧରେ ରଖିଲେ।କାରଣ ବିଜେଡି ପ୍ରଶାସନ ର ନୂଆ ନିୟମ କରୋ ନା କୁଆଡେ ମାଡ଼ି ଯିବ।
ହେଇ ରେ ନାରଣ ଏବେ ଯେଉଁ ରାଜ କ୍ଷମତା ପାଇଁ ତିର୍ତ୍ତୋଲ ଓ ବାଲେଶ୍ଵର ରେ ନିର୍ବାଚନ ଚାଲିଛି ସେଠି କଣ ହେଉଛି କି?
କଣ କରୋନା କ୍ଷମତା ଆଉ ପଇସା ଡର ରେ ଘରେ ଲୁଚି କି ରହି ତାଟି କବାଟ ଫାଙ୍କରେ ଲୁଚି କି ପାଲା ଦେଖୁଛି। ସତରେ ୟେଠି କଣ ସବୁ ଚାଲିଛି। ସତରେ କ୍ଷମତା ବଳ ଆଉ ପଇସା କ୍ୟା ନ କରେ କାମ। ଆବେ ପରସୁ, ଯାବେ ପରଶୁ ,ବାବୁ ପର୍ଶୁରାମ।ନିର୍ବାଚନର ଯେଉଁ ସଙ୍ଗରୋଧ,ଯେଉଁ ସାମାଜିକ ଦୂରତା,ଯେଉଁ ଡି ଯେ ର ନୀରବ ଶବ୍ଦ,ମୁହଁରେ ତୁଣ୍ଡି,,ନିର୍ବାଚନ ମଣ୍ଡଳୀ ରେ ଯେଉଁ ଯେଉଁ ସାମାଜିକ ଦୂରତା ଖାଲି ହାତକୁ ୫ମିନିଟରେ ଥରେ ଧୋଇ ଧୋଇ ହାତ ଚମ ଛାଡ଼ିଗଲାନିଁ। ଶଳା ପ୍ରବଳ ପ୍ରତିରୋଧ ଶକ୍ତି ଆଉ କି ପ୍ରତିଷେଧକ ବ୍ୟବସ୍ଥା। ପ୍ରଶାସନ ନିଜେ ତ ଚିର୍କୁଟି ଆଉ ଟଙ୍କା ବାଣ୍ଟିଲେ ସ୍ଥାନେ ସ୍ଥାନେ ଆଉ କଣ ଆମେ ଶାସନ,ଆମେ ପ୍ରଶାସନ ଆମକୁ ବିଜୟ ଜୋର ଜବରଦସ୍ତ କରି ଧମକାଇ ଭୋଟ ନେବାର ଅଛି ନାଁ ଗେଲ କଥା ପଡ଼ିଛି। କେନ୍ଦ୍ରରେ ପେଟ୍ରୋଲ ପାଇଁ କେହି କା ନ୍ଦୁ ନାହାନ୍ତି,କିନ୍ତୁ ରାଜ୍ୟରେ ପେଟ୍ରୋଲ ରନ୍ଧା ଗ୍ୟାସ,ଆଉ ପରିବା ସଉଦା କଥା କହିଲେ କୁଳ କୁଟୁମ୍ବକୁ ଲାଜ ,ନ କହିଲେ କୁଳ ଭାଷୀ ଯାଉଛି।ଆଳୁ କିଲୋ ୪୫ ଟଙ୍କା ପିଆଜ ହାତ ମାର ନା ମାତ୍ର ୮୦ ଟଙ୍କା ପରିବା ଛୁନା ଜ୍ଵର ହେବ।ତଥାପି କେନ୍ଦ୍ର ରେ ବିଜେପି ଆଉ ରାଜ୍ୟରେ ବିଜେଡି।ଚୁପ୍ ପାଟି ଖୋଲନା କିଏ ଶୁଣିବ। ଆବେ ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି।
ଦୀପାବଳୀ ଆସୁଛି ପ୍ରଶାସନ ,ପୋଲିସ ବିଭାଗ ଆଉ ଜିଲ୍ଲା ଅଧିକାରୀ ଅନ୍ୟ ପାଞ୍ଚ ଟି ରାଜ୍ୟରେ କରୋନାର ଦୂତୀୟ ସାଙ୍ଘାତିକ ସଂକ୍ରମଣ କୁ ଦେଖି ବାଣ ଦୋକାନ ଲାଇ ସେନ ସ ନେଇ ଖୋଲି ଦେବାକୁ ଅନୁମତି ଦେଲେନା।କାରଣ ବାଣ ର ଶବ୍ଦ ଆଉ ବାୟୁ ମଣ୍ଡଳରେ ଉତ୍କଟ ଧୂଆଁ ର ପ୍ରଦ୍ୟୁଷଣ ଶୀତ ଦିନେ ଉପରକୁ ଉଡ଼ି ପଳେ ଇବ।ଖାଲି ସେତିକି ନୁହେଁ ଯେଉଁ ଋତୁ କାଳୀନ ରୋଗ ଘରେ ଘରେ ତାକୁ ଘରୁ କାଢ଼ି ନେଇ ପଳାଇବ।କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ଘରେ ବସି ତାଙ୍କ ମୂଲ୍ୟବାନ ଜୀବନକୁ ସୁରକ୍ଷା ଦେଇ ସମ୍ବୋଧିତ ଆଉ ଉତ୍ସାହ ନିର୍ବାଚନ ରେ ଜିତିବା ପାଇଁ ଦେଇଥିଲେ। ଓଡ଼ିଶାର ପ୍ରମୁଖ ସହର ମାନଙ୍କରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ କୁ ପ୍ରତିରୋଧକ ପାଇଁ ଯେଉଁ ଅବାଧ୍ୟ ମୁକ୍ତ କଟକଣା ନା ଖାଲି ନ କହିଲେ ହେଲା।କାରଣ କରୋନା ସଂକ୍ରମଣ ଓଡ଼ିଶାରେ କାଳେ ତଳ ମୁହଁ ହୋଇ ଡରୀ ଗଲାଣି।ତେଣୁ ବେସରକାରୀ କୋଭିଡ ହସ୍ପିଟାଲ୍ ରେ ସଂଖ୍ୟା କମ।ସଂଖ୍ୟା କମ ହେଲେ ରୋଜଗାର କମିଲା କେତେ ହାତ ଗୋଡ ଯୋଡ଼ି ବସିବେ।ବସି ଖାଇଲେ ନଈ ବାଲି ସରେ ତେଣୁ ପ୍ରତିଦିନ ସଂଖ୍ୟା ଦରକାର୍ କିନ୍ତୁ କଣ ହେବ ଲୋକେ ଶଚେ ତନ ନା ଦେବେ ନା ସାମାନ୍ୟ ରୋଗକୁ କରୋନା କହି ଲକ୍ଷ ଲକ୍ଷ ଟଙ୍କା ରାଜ କୋଷରୁ ହଡ଼ପ ହେବ।
ଯଦି ନିର୍ବାଚନ ପ୍ରଚାରରେ ଦେହକୁ ଦେହ ଲାଗି ଡି ଜେ ବାଜି ମଦ ପିଇ ବିନା ମାସ୍କ ରେ ପ୍ରଚାର ହେଲା,ହଜାର ହଜାର ଲୋକ ଏକାଠି ହୋଇ ନିର୍ବାଚନ ରେ ବୁଲିଲେ ତେବେ ମନ୍ଦିର ଖୋଲୁନି କାହିଁକି,ପାର୍ବଣରେ କଟକର ଖଟିଖିଆ ଛୋଟ ବଡ଼ ବ୍ୟବସାୟୀଙ୍କୁ ପର୍ବ ପର୍ବାଣୀରେ କଟକଣା ରେ ବ୍ୟବସାୟ କରିବାକୁ ଦିଆ ଗଲାନି କାହିଁକି,ଦୀପାବଳିରେ ଶବ୍ଦ ଓ ପରିବେଶ ପ୍ରଦୂଷଣ ପାଇଁ ବାଣ ଦୋକାନକୁ ଅନୁମତି ଦିଆ ଗଲା କାହିଁକି? ଯେଉଁ ଛୋଟ ଛୋଟ ପିଲା ବୟସ୍କ ରୋଗୀ ଲୋକେ ଘରେ ଘରେ ରୋଗ ଭୋଗୁଛନ୍ତି ତାଙ୍କ ଜୀବନ ସହ ଖେଳିବାକୁ ଅଧିକାର ପ୍ରଶାସନ କୁ ଦେଲା କିଏ ଡାକ୍ତର ଚିକିତ୍ସା କରିବେତ ନା କରୋନା ରୋଗୀ ବୋଲି ତ ଡି ଦେବେ ଛୁଇଁ ବେନି।
ମନୁଷ୍ୟ ଏକ ସାମାଜିକ ପ୍ରାଣୀ।ଶୃଙ୍ଖଳିତ ଜୀବନ ଯାପନ ପାଇଁ ସମାଜ ଗଠନ ହୋଇଚି।ସମାଜ ଭଲ ଶୃଙ୍ଖଳିତ ଲୋକ ଗଠନ କରେ।ଶୃଙ୍ଖଳିତ ଲୋକେ ଭଲ ରାଷ୍ଟ୍ର ଗଠନ କରନ୍ତି।ଭଲ ରାଷ୍ଟ୍ର ସମାଜ ସୁରକ୍ଷା ପାଇଁ ଭଲ ନୀତି,ନିୟମ ପ୍ରତିଷ୍ଠା କରେ କିନ୍ତୁ ବିଶୃଙ୍ଖଳିତ ଶାସନ ଅସାମାଜିକ ଜୀବ ସୃଷ୍ଟି କରେ।
ଆଜି କାଲି ର ନୀତି ନିୟମ ଶୃଙ୍ଖଳା ବିଷୟରେ ପ୍ରଶାସନ ର ଦୃଷ୍ଟି ଆଉବୁଦ୍ଧିଯିବି ମାନଙ୍କୁ ଜାଗ୍ରତ କରିବା ସହ ଜନସାଧାରଣ ଙ୍କ ସୁରକ୍ଷାର ବ୍ୟବସ୍ଥା ର ପ୍ରତିଟି ସୁବିଧା ଅସୁବିଧା କୁ ସରକାରଙ୍କ ପାଖରେ ପହଞ୍ଚାଇବା ହିଁ ଭଲ ସମ୍ବାଦ ପରିବେଷଣ କାରୀ ସଂସ୍ଥାର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ। ସେଥି ପାଇଁ ତିଳେ ମାତ୍ର ଅବହେଳା ବାଞ୍ଛନୀୟ ନୁହେଁ।କାରଣ ପ୍ରକୃତ ସତ୍ୟାସତ୍ୟ କୁ ସମସ୍ତଙ୍କ ସମ୍ମୁଖରେ ଉନ୍ମୋଚନ କରି ପ୍ରତିକାର ର ପଥ ସୃଷ୍ଟି ହିଁ ପ୍ରକୃତ ସମ୍ବାବ। ନିର୍ଭିକ ନିରପେକ୍ଷ ଯୁଗୋପଯୋଗି ତଥ୍ୟ ହିଁ ଉନ୍ନତ ସାମ୍ବାଦିକତା।