ମହାମାରୀ କରୋନା ଠାରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଅଗଣିତ ଜନସାଧାରଣଙ୍କୁ ବଞ୍ଚାଇବା ଆମ ସରକାରର ପ୍ରଥମ କର୍ତ୍ତବ୍ୟ:- ହୃଦାନନ୍ଦ ବାରିକ

Advertisement
Advertisement
Click for Any Complaint Regarding This News
AAA Online Services

ପଦ୍ମପୁର:- ମହାମାରୀ କରୋନା ସାରା ପୃଥିବୀ କୁ କବଳିତ କରିସାରିଛି lଦେଶ ର ଆର୍ଥିକ ସ୍ଥିତି ଦୋହଲାଇ ଦେଶକୁ ରସାତଳ ଗାମୀ କରିଚାଲିଛି,ଥଣ୍ଡା ସମୟରେ ଦ୍ରୁତ ଗତିରେ ସଂକ୍ରମିତ ହୋଇଥାଏ ଏଣୁ ଆପଣମାନେ ନିଜେ ନିଜକୁ ଏକ କରୋନା ଯୋଦ୍ଧା ଭାବେ ସଞ୍ଜମତା ଅବଲମ୍ବନ କରି ନିଜ ପରିବାର ତଥା ନିଜ କୁ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ବୋଲି ପୂର୍ବତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ବିଜୟ ରଞ୍ଜନ ସିଂ ବରିହା ଙ୍କ ପାଇକମାଲ ବ୍ଲକ ପ୍ରତିନିଧି ଶ୍ରୀଯୁକ୍ତ ହୃଦାନନ୍ଦ ବାରିକ ଜନସାଧାରଣ ଙ୍କୁ ବୁଝାଇଥିଲେ lଏ ପରିପ୍ରେକ୍ଷୀରେ ଶ୍ରୀଯୁକ୍ତ ବାରିକ କହନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତଥା ପୂର୍ବତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ତଥା ଆପଣମାନଙ୍କ ପ୍ରିୟ ବିଧାୟକ ଶ୍ରୀଯୁକ୍ତ ବିଜୟ ରଞ୍ଜନ ସିଂ ବରିହା ଙ୍କ ଆହ୍ୱାନ କ୍ରମେ ଆଜି ମହାମାରୀ କରୋନା ର ମୁକାବିଲା ସକାଶେ ପାଇକମାଲ ବ୍ଲକ ଅଧିନସ୍ଥ ଲଖମରା,ବାଦିକଟା, ବୁକୁରାମୁଣ୍ଡା, ଟେମେରି ଗ୍ରାମପଞ୍ଚାୟତ ଅଭିମୁଖେ ବାହାରି ଲୋକ ଙ୍କୁ ସଚେତନତାର ବାର୍ତ୍ତା ସହ ନିଜ ହାତରେ ମାକ୍ସ ବଣ୍ଟନ କରିଥିଲେ lବାରମ୍ବାର ସାବୁନରେ ହାତ ଧୋଇବା, ସାମାଜିକ ଦୂରତା ଅବଲମ୍ବନ ସାଙ୍ଗକୁ ସଦାସର୍ବଦା ମାକ୍ସ ବ୍ୟବହାର କରିବା,ଅଜଥା ରେ ଗ୍ରାମାଞ୍ଚଳ ରେ ଗହଳି କରି ଖଟି ନ ଜମାଇବା ଇତ୍ୟାଦି ମନ୍ତ୍ର ଦେଇ ଶ୍ରୀଯୁକ୍ତ ବାରିକ ପାଇକମାଲ ଅଭିମୁଖେ ପ୍ରସ୍ଥାନ କରିଥିଲେ l ବରଗଡ ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା l

Please Share

Leave a Reply

Your email address will not be published. Required fields are marked *