ଜି.ଉଦୟଗିରି(ପ୍ରତାପ ଚନ୍ଦ୍ର ପାଢୀ) , କନ୍ଧମାଳ ବନଖଣ୍ଡର ଜି.ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ କିଲ୍ଲାକିଆ ବନ ସୂରକ୍ଷା ସମିତି( ଭି ଏସ ଏସ) ଜଙ୍ଗଲ ସୂରକ୍ଷା ଓ ସଂରକ୍ଷଣ ପାଇଁ ରାଜ୍ୟ ସ୍ତରରେ ପୁରଷୃତ ହୋଇଥିବା ଜଣାପଡିଛି।ପ୍ରକାଶ ଥାଉକି ଭୂବନେଶ୍ବରରେ ଆୟୋଜିତ ବିଶ୍ବହସ୍ତୀ ଦିବସ ଅବସରରେ ଫୁଲବାଣୀ ବନଖଣ୍ଡର ଜି.ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ କିଲ୍ଲାକିଆ ଭି ଏସ ଏସ ରାଜ୍ୟ ସ୍ତରୀୟ ଜଙ୍ଗଲ ସୂରକ୍ଷା ଓ ସଂରକ୍ଷଣ ପାଇଁ ମାନପତ୍ର ସହ ନଗଦ ଅର୍ଥରାଶି ୨୦,୦୦୦/-ଟଙ୍କାର ଏକ ଚେକ୍ ପାଇଛନ୍ତି। ଜି.ଉଦୟଗିରି ବନାଞ୍ଚଳ ଅଧିକାରୀଣୀ ସୁଶ୍ରୀ ମିନାକ୍ଷୀ କୁମୁରା ବନ ସୂରକ୍ଷା ସମିତି ସମ୍ପାଦିକା ରଶ୍ମୀତା ବକ୍ସି,ବନପାଳ ଶ୍ରୀଧର ସାହୁଙ୍କ ସହ ପି.ଏନ ଜି ଓ କର୍ମଚାରୀ ସଞ୍ଜୟ କୁମାର ନାୟକଙ୍କ ଉପସ୍ଥିତିରେ କିଲ୍ଲାକିଆ ଗ୍ରାମବାସୀଙ୍କୁ ମାନପତ୍ର ସହ ଅର୍ଥରାଶି ଚେକ୍ ପ୍ରଦାନ କରିଛନ୍ତି।
କିଲ୍ଲାକିଆ ଭି ଏସ ଏସ ଜଙ୍ଗଲ ସୂରକ୍ଷା ପାଇଁ ପୁରସ୍କୃତ
Click for Any Complaint Regarding This News
AAA Online Services