ଏହି ସମୟରେ ସମଗ୍ର ବିଶ୍ୱର ନଜର ଆମେରିକା ଉପରେ ରଖିଛି। ଆଜି ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସୁଛି , ଆଉ ଫଳାଫଳ ନିଷ୍ପତ୍ତି ନେବ ଯେ ସୁପର ପାୱାର ଆମେରିକାର ପାୱାରହାଉସକୁ ହ୍ଵାଇଟ ହାଉସକୁ କିଏ ଦଖଲ କରିବ। ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ଵାଇଟ ହାଉସ ରହିବେ କିଜୋ ବିଡେନଆମେରିକାର ନୂତନ ରାଷ୍ଟ୍ରପତି ହେବେ। ସର୍ବଶେଷ ଫଳାଫଳ ଅନୁଯାୟୀ ଜୋ ବିଡେନ ଓ ଡୋନାଲ୍ଡ ଟ୍ରମ୍ପ ମଧ୍ୟରେ ବ୍ୟବଧାନ ବହୁ ମାତ୍ରାରେ ହ୍ରାସ ପାଇଛି । ସର୍ବଶେଷ ସୁଚନା ମୁତାବକ ବିଡେନଙ୍କୁ 238 ଇଲେକ୍ଟୋରିଆଲ୍ ଭୋଟ୍ ମିଳିଥିବାବେଳେ ଟ୍ରମ୍ପ୍ ବର୍ତ୍ତମାନ ସୁଦ୍ଧା 213 ଇଲେକ୍ଟୋରିଆଲ୍ ଭୋଟ୍ ମିଳିଛି। ଏଠାରେ ସୁଚନା ଯୋଗ୍ୟ ଯେ ଅନେକ ଗୁରୁତ୍ୱପୂର୍ଣ୍ଣ ଏବଂ ବଡ ରାଜ୍ୟ ଏପର୍ଯ୍ୟନ୍ତ ଫଳାଫଳ ଆସି ନାହିଁ ତେବେ ରାଜନୈତିକ ପଣ୍ଡିତ ମାନେ ଡୋନାଲ୍ଡ ଟ୍ରମ୍ପ ଜିତିବା ନେଇ ଭବିଷ୍ୟ ବାଣୀ କରିଛନ୍ତି । ଏଠାରେ ସୁଚନା ଯୋଗ୍ୟ ଯେ ଯୁକ୍ତରାଷ୍ଟ୍ରରେ ମୋଟ ଇଲେକ୍ଟୋରିଆଲ୍ ଭୋଟର ସଂଖ୍ୟା ହେଉଛି 538 ଏବଂ ଜିତିବା ପାଇଁ 270 ଇଲେକ୍ଟୋରିଆଲ୍ ଭୋଟ୍ ଆବଶ୍ୟକ |
ଆମେରିକା ରାଷ୍ଟ୍ରପତି ନିର୍ବାଚନ : ରୋମାଞ୍ଚକର ସ୍ଥିତିରେ ଫଳାଫଳ ; ଇଲେକ୍ଟୋରିଆଲ୍ ଭୋଟ୍ ବ୍ୟବଧାନ ବହୁ ମାତ୍ରାରେ ହ୍ରାସ
Click for Any Complaint Regarding This News
AAA Online Services