ରାଜ୍ୟ ସରକାର ଲୋକଙ୍କ ସୁବିଧା ପାଇଁ କରୁଛନ୍ତି ଅନେକ ଯୋଜନା, ଲୋକେ ଯେମିତି ହଇରାଣ ନ ହେବେ ସେଥିପାଇଁ ରାଜ୍ୟରେ କାର୍ଯ୍ୟକାରୀ ହୋଇଚାଲିଛି “5T” ଏବଂ “ମୋ ସରକାର” lପୂର୍ଣ୍ଣ ପାରଦର୍ଶିତା ସହ ପ୍ରତ୍ୟେକ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଖୋଦ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ପ୍ରତ୍ୟକ୍ଷ ଭାବେ 5T ର ସର୍ବେ ସର୍ବା ଅଛନ୍ତି ହେଲେ ପଦ୍ମପୁର ଉପଖଣ୍ଡ ଏବଂ ବିଶେଷ କରି ରାଜବୋଡାସମ୍ବର ବ୍ଲକରେ ତାହା ପ୍ରହସନ ପାଲଟିଛି. ଏଠାରେ ନିୟୋଜିତ ହେଉଥିବା କର୍ମଚାରୀ ମାନେ ଏବେବି ମୁଖ୍ୟମନ୍ତ୍ରୀ ଙ୍କ କଥା ମାନିବାକୁ ନାରାଜ lଲୋକଙ୍କୁ ହଇରାଣ କରିବାରେ ବେଶ୍ ଓସ୍ତାଜ l ରାଜ୍ୟର ସ୍ୱତନ୍ତ୍ର ରିଲିଫ କମିଶନର ଜଣେ ସଚ୍ଚୋଟ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ ଜେନା ଅଟନ୍ତି l କିନ୍ତୁ ରାଜବୋଡାସମ୍ବର ବ୍ଲକରେ ରାଜସ୍ୱ ବିଭାଗ ର କର୍ମଚାରୀ ଙ୍କ ଅବହେଳା ଯୋଗୁଁ ସର୍ପଦଂଶନ ରେ ପ୍ରାଣ ହରାଇଥିବା ଝିଅର ଅନୁକମ୍ପା ମୂଳକ କ୍ଷତିପୂରଣ ରାଶି ୪ ଲକ୍ଷ ଟଙ୍କା ପାଇବା ପାଇଁ ପାଇକମାଲ ବ୍ଲକ ଅଧିନସ୍ଥ ବମ୍ବିତ ଗ୍ରାମ ର ଦାଶରଥୀ ବାରିକ ଦୈlଡି ଦୈlଡି ନୟାନ୍ତ ହୋଇଗଲେଣି l
ତୁରନ୍ତ ତାଙ୍କ ଝିଅର ମୃତ୍ୟ ପରେ ସରକାର ଙ୍କ ତରଫରୁ ମିଲୁଥିବା ସହାୟତା ରାଶି ପ୍ରଦାନ କରିବାକୁ କ୍ରାନ୍ତି ଓଡିଶା ତରଫରୁ ଅନୁରୋଧ କରାଯାଉଛି lବରଗଡ଼ ଜିଲ୍ଲା ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା
ରାଜ୍ୟ ସରକାରଙ୍କ ଆଇନକୁ ବେଖାତିର !
Click for Any Complaint Regarding This News
AAA Online Services