୦୨.୧୦.୨୦୧୯ ମୁଖ୍ୟ ଖବର

Advertisement
Advertisement
Click for Any Complaint Regarding This News
AAA Online Services

୦୨.୧୦.୨୦୧୯ ମୁଖ୍ୟ ଖବର

(କ୍ରାନ୍ତି ଓଡ଼ିଶା)

କୌଣସୀ ଶରଣାର୍ଥୀଙ୍କୁ ଦେଶରୁ ବିତାଡିତ କରାଯିବ ନାହିଁ କିମ୍ବା କୌଣସୀ ଅନୁପ୍ରବେଶକାରୀଙ୍କୁ ଦେଶରେ ରହିବାକୁ ଦିଆଯିବ ନାହିଁ – ଅମିତ ଶାହା

ରେଳ ଟିକଟ ଆରକ୍ଷଣ ସଂସ୍ଥା ଆଇଆରସିଟିସି କହିଛି – ଟ୍ରେନ ବିଳମ୍ୱ ହେଲେ ଯାତ୍ରୀଙ୍କୁ ମିଳିବ କ୍ଷତିପୂରଣ

ଭାରତୀୟ ସୁରକ୍ଷାକର୍ମୀଙ୍କ ଗୁଳିରେ ମଧ୍ୟ-କାଶ୍ମୀରର ଗାନ୍ଦରବଲ ଜିଲାରେ ଜଣେ ଆତଙ୍କବାଦୀ ନିହତ

ଆଜିଠାରୁ ଆରମ୍ଭ ହେବ ‘ମୋ ସରକାର’ ଯୋଜନା, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସହିଦନଗର ଥାନାରୁ ଅଭିଯୋଗକାରୀଙ୍କ କଥା ହେବେ ମୁଖ୍ୟମନ୍ତ୍ରୀ।

ମାଛ ଧାରାକୁ କେନ୍ଦ୍ର କରି ଗଞ୍ଜାମ ଗୋଳନ୍ଥରାରେ ୨ଟି ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ – ୧୦ ଆହତ।

ବୋନସ ବଦଳରେ ଛଟେଇ – ଯାଜପୁର ରୋଡ଼ସ୍ଥିତ ଫେରୋକ୍ରମ କାରଖାନାରେ ବିନା ନୋଟିସରେ ୧୦୫ଜଣଙ୍କୁ ଛଟେଇ ପ୍ରତିବାଦରେ ଉତ୍ତେଜନା ସୃଷ୍ଟି।

କଟକ ଭୁବନେଶ୍ୱରରେ ଦଶହରା ପର୍ବ ପାଇଁ ୬୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ।

ଭୁବନେଶ୍ୱରରେ ଚଳିତ ବର୍ଷ ୧୭୦ଟି ମେଢ ସହ ୫ଟି ସ୍ଥାନରେ ରାବଣ ପୋଡ଼ି ପାଇଁ ବ୍ୟବସ୍ଥା ହୋଇଛି।

ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶକୁ ନ ମାନିବାରୁ ନଭେମ୍ବର ୨୨ରେ ବ୍ୟକ୍ତିଗତ ହାଜର ପାଇଁ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠିଙ୍କୁ କମିଶନଙ୍କ ନିର୍ଦ୍ଦେଶ।

ଦୁଇରୁ ଅଧିକ ସନ୍ତାନ ଥିବା ଅଭିଯୋଗରେ ଦାରିଙ୍ଗବାଡି ବ୍ଲକ ଅଧକ୍ଷା ସୁବେନ୍ତି ପ୍ରଧାନଙ୍କ ସଭ୍ୟ ପଦ ରଦ୍ଧ କଲେ କନ୍ଧମାଳ ଜିଲ୍ଲା ଦୌରା ଜଜ।

ଯାଜପୁର ଅମ୍ବିକାଇ ଛକ ନିକଟସ୍ଥ ଷ୍ଟେଟ ବ୍ୟାଙ୍କ ଏଟିଏମରୁ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍ ଅଭିଯୋଗ।

ବିଜେଡି ନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବଙ୍କ ସହିତ ଝଗଡ଼ା ମାମଲାରେ ଛାତ୍ର ବିଜେଡି ରାଜ୍ୟ ଉପସଭାପତି ମନ୍‌ଜିତ ଦାସଙ୍କ ବିରୋଧରେ ମାମଲା ରୁଜୁ।

ଦକ୍ଷିଣ ପୂର୍ବ ଉତ୍ତର ପ୍ରଦେଶରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ବଙ୍ଗୋପସାଗରରେ ଟ୍ରପ୍ ଲାଇନ୍ – ଆସନ୍ତା ୨୪ ଘଣ୍ଟା ଯାଏ ବର୍ଷା ସମ୍ଭାବନା।

ଆଜିଠାରୁ ପ୍ଲାଷ୍ଟିକ୍ ବ୍ୟାନ – ୫୦ ମାଇକ୍ରନରୁ କମ୍ ମୋଟେଇର ପଲିଥିନ ହେବନି ବ୍ୟବହାର।

ଶହେ କୋଟି ଟଙ୍କା ବିଟ୍ କଏନ୍ ଠକେଇ ମାମଲାର ଅନ୍ୟତମ ଅଭିଯୁକ୍ତ ଶଶିଭୂଷଣ ମିଶ୍ର ଗିରଫ ।

ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ କଟକଣା ୧ ମାସ କୋହଳ କଲେ ରାଜ୍ୟ ସରକାର – ଆଜିଠାରୁ ଏହି ନିୟମ ଲାଗୁ ହେବାର ଥିଲା।

ଆସନ୍ତା ୩ ରେ ଓଡ଼ିଶା ଆସିବେ ନ୍ୟାଶନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନ୍‌ଆଇଏ) ଡିଜି ଯୋଗେଶ ଚନ୍ଦ୍ର ମୋଦି। ପୁଲିସକୁ ଦେବେ ପ୍ରଶିକ୍ଷଣ।

Please Share

Leave a Reply

Your email address will not be published. Required fields are marked *