ରାଜଗାଙ୍ଗପୁର : ରାଜଗାଙ୍ଗପୁର ପୋଲିସ ଆଜି ବିଭିନ୍ନ ସ୍ଥାନ ଏବଂ ପ୍ରମୁଖ ଛକରେ ହେଲମେଟ ଓ ମାସ୍କର ଯୋରଦାର ଚେକିଂ କରିଥିଲେ ଏବଂ ଲୋକ ମାନଙ୍କୁ ସଡ଼କ ଓ ମହାମାରୀ କୋଭିଡ଼ ନିୟମ ମାନିବାକୁ ସଚେତନ କରାଇଥିଲେ। ଗତ ଦୁଇ ଦିନ ଧରି ବିଭିନ୍ନ ସ୍ଥାନମାନଙ୍କ ରେ ଚଢୋଉ କରି ଦେଶି ବିଦେଶୀ ମଦ ଜବତ କରିଥିଲେ ଏଥିରେ ପୋଲିସକୁ ବଡ଼ ସଫଳତା ହାସଲ ହୋଇଥିଲା, ରାଣିବନ୍ଧ ଝୁମ୍ଫୁରି ପଡା ନିବାସୀ ହେଲେଣା କୁଜୁରକୁ ଦେଶି ମଦ ବିକ୍ରି କରିବା ଅଭିଯୋଗରେ ଗିରଫ କରିଥିଲେ l
ସେହିପରି ଭାବେ ବାଣଠୁପଡାର ରାଜେସ ମାଝି,ଆର ଏସ କଲୋନୀର ଅମର କୁମାର ସାହୁ କୁ ବିଦେଶୀ ମଦର ଚୋରା କାରବାର ଓ ଏକସାଇଜ ଏକ୍ଟରେ ଗିରଫ କରାଯାଇଥିଲା l
ଏ ନେଇ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରହିଛି . ରାଜଗାଙ୍ଗପୁର ପୋଲିସ ପକ୍ଷରୁ ଆହୁରି ଆଗକୁ ଏହିପରି ମଦ ବିକ୍ରି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି।ଏହାକୁ ବିଭିନ୍ନ ମହଲରେ ସ୍ଵାଗତ କରାଯାଇଛି ।ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ରଙ୍କ ରିପୋର୍ଟ ।
ଚୋରା ମଦ କାରବାର ବିରୁଦ୍ଧରେ ରାଜଗାଙ୍ଗପୁର ପୋଲିସରେ ଶକ୍ତ ; ହେଲମେଟ ଓ ମାସ୍କର ଯୋରଦାର ଚେକିଂ
Click for Any Complaint Regarding This News
AAA Online Services