ସଂପର୍କର ମୂଲ୍ଯବୋଧ
(କବି କେଶବ ଚନ୍ଦ୍ର ନାୟକ)
……………………………..
ଅନେକ ସଂପର୍କ ଜ୍ଞାତ ଅଜ୍ଞାତରେ ଯୋଡି ହୁଏ
କିଛି ଦୂର ଗଲା ପରେ
ତୁଟିଯାଏ ମାନ ଅଭିମାନରେ….!
ଯେମିତି ନୂଆ ନୂଆ ପ୍ରେମ ଭଲ ଲାଗେ
ସଂପର୍କକୁ ସୁଦୃଢ କରି
କିଛ କ୍ଷଣ ଗଲା ପରେ ସବୁ
କାଚ ଘର ପରି ଚୂନା ହୋଇଯାଏ..!!
ରକ୍ତ ସଂପର୍କ ହେଉ କି
ଦୂର ସଂପର୍କ ହେଉ
ସମୟ ଚକ୍ରରେ ପଟ୍ଟ ପରିବର୍ତ୍ତନ ହୁଏ
ଚୁରମାର ହୋଇ ଯାଏ ଦୀର୍ଘ ଦିନର ସଂପର୍କ ସବୁ…!!
ମଣିଷ ସ୍ବାର୍ଥପର
ସ୍ବାର୍ଥ ପାଇଁ ମିଠା ମିଠା କଥା କହେ/ଖୋସାମଦ କରେ
ପାଖଇ ଆସେ/ଆପଣାର ହେବା ପାଇଁ
ନବ ନବ ଉପାୟ ପାଞ୍ଚେ/ସୁଯୋଗର ଫାଇଦା ସାଉଁଟେ
ଛଦ୍ମବେଶରେ କାୟା ବିସ୍ଥାର କରେ/ମୋହିତ କରେ
ପୁନଶ୍ଚ ବାଟ ଭଙ୍ଗି
ମୁହଁ ଫେରାଇ ଚାଲିଯାଏ…..!!
ବିଶ୍ବାସରେ ବିଷ ଦିଏ /ଗରଳ ଉଦ୍ଗାରେ
ଶତ୍ରତା ଆଚରେ/ପ୍ରାଣ ନେବାକୁ
ଷଢଯନ୍ତ୍ର ରଚେ/ବନ୍ଧୁତାରେ ବିଶ୍ବାସ ଘାତ କରେ
କୁତ୍ସା ରଟନା କରେ/ମଣିଷ ଅତି ତଳକୁ ଖସିବାକୁ
କୁଣ୍ଠା ବୋଧ କରେନା…!!
କିନ୍ତୁ ପ୍ରକୃତି ସଂପର୍କ ଅତୁଟ
ଅନାବିଳ ପ୍ରେମରେ ବନ୍ଧା
ଦୁଇଟି ଆତ୍ମା….
ଆକାଶର ଜହ୍ନ ସହ……
କୁମୁଦର କି ନିବିଡ ସଂପର୍କ
ଗଗନର ରବି ସହ……
ଶତଦଳର କି ଗଭୀର ସଂପର୍କ
ସାଗର ସହ……
ନିମ୍ନଗାର କି ପ୍ରୀତି ଭାରା ଆଲିଙ୍ଗନ
ପ୍ରଭାତ ସହ……..
ବିହଙ୍ଗ କୁଳର କି ଆତ୍ମହରା ଗୀତି ଗୁଞ୍ଜନ
ବସନ୍ତ ସହ କୋକିଳ/ଶ୍ରାବଣ ସହ ଚାତକ
ମେଘ ସହ ମୟୂର/ଚନ୍ଦ୍ର ସହ ଚକୋର
ବର୍ଷା ସହ ଦର୍ଦ୍ଦୁରର ଅତୁଟ ସଂପର୍କ ଯୁଗ ଯୁଗ ବ୍ଯାପି..!!
କେବଳ ନିର୍ବୋଧ ମନୁଷ୍ଯ ସଂପର୍କ ଗଢେ
ଆଉ ଭାଙ୍ଗେ ଆପଣା ସ୍ବାର୍ଥରେ
ସଂପର୍କର ମୂଲ୍ଯବୋଧ
ବୁଝିବା ପାଇଁ ସେମିତି ହୃହୟଟିଏ ନାହିଁ
ଜହ୍ଲାଦ ପାଖରେ…..!!
(ସଭାପତି,ଉତ୍କଳ ସାହିତ୍ଯ ସଂସଦ,ମାଲକାନଗିରି)
ସଂପର୍କର ମୂଲ୍ଯବୋଧ…..
Click for Any Complaint Regarding This News
AAA Online Services