ହିନ୍ଦୁଙ୍କ ଭାବନାକୁ କୁଠାର ଘାତ କରିବା ଭଳି ପ୍ରଶ୍ନ ପଚାରି ବିବାଦରେ ଅମିତାଭ ବଚ୍ଚନ : ଥାନାରେ ଏତଲା

Advertisement
Advertisement
Click for Any Complaint Regarding This News
AAA Online Services

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ଶୋ’ କୌନ ବନେଗା କରୋଡପତି ସିଜନ ୧୨ ବିବାଦର ଫସିଯାଇଛି। ଏହି ଶୋ’ରେ ଅମିତାଭ ମନୁସ୍ମୃତି ସମ୍ପର୍କିତ ଏକ ବିବାଦିତ  ପ୍ରଶ୍ନ ପଚାରିଥିଲେ। ଏହି ପ୍ରଶ୍ନକୁ ନେଇ ବିଗ୍‌ବିଙ୍କ ସମେତ ସୋନି ଟେଲିଭିଜନ୍‌ ନାଁରେ ଥାନାରେ ମାମଲା ହୋଇଛି।

ଏଠାରେ ସୁଚନା ଯୋଗ୍ୟ ଯେ ଅକ୍ଟୋବର ୩୦ ତାରିଖ ଶୋ’ର କରମବୀର ଏପିସୋଡରେ ଅମିତାଭ ମନୃସ୍ମୃତି ସମ୍ପର୍କିତ ଏକ ପ୍ରଶ୍ନ, ହଟ୍‌ ସିଟ୍‌ରେ ବସିଥିବା ସମାଜସେବୀ ବେଜ୍‌ୱାଡା ୱିଲ୍‌ସନ ଓ ଅଭିନେତା ଅନୁପ ସୋନିଙ୍କୁ ପଚାରିଥିଲେ l

ପ୍ରଶ୍ନଟି ଥିଲା- ୧୯୨୭ ଡିସେମ୍ବର ୨୫ ତାରିଖରେ ବି.ଆର୍‌ ଆମ୍ବେଦକର ଓ ତାଙ୍କ ସମର୍ଥକମାନେ କେଉଁ ଧର୍ମଗ୍ରନ୍ଥ ପୃଷ୍ଠା ଜାଳି ଦେଇଥିଲେ ?
ଏହାର ଅପସନ ଥିଲା- (ଏ) ବିଷ୍ଣୁପୁରାଣ, (ବି) ଭଗବତ ଗୀତା (ସି) ରୁଗବେଦ ଏବଂ (ଡି) ମନୁସ୍ମୃତିଏହି ପ୍ରଶ୍ନର ଉତ୍ତରରେ ଅମିତାଭ କହିଥିଲେ “ ୧୯୨୭ରେ ଆମ୍ବେଦକର ଜାତିଗତ ଭେଦଭାବ ଏବଂ ଅସ୍ପୃଶ୍ୟତାକୁ ଆଦର୍ଶଗତ ଭାବରେ ନ୍ୟାୟ ଦେବା ପାଇଁ ପ୍ରାଚୀନ ହିନ୍ଦୁ ପାଠ ମନୁସ୍ମୃତିକୁ ନିନ୍ଦା କରିବା ସହିତ ଏହାର କପି ପୋଡ଼ି ଦେଇଥିଲେ।”

Please Share

Leave a Reply

Your email address will not be published. Required fields are marked *