ପାଟନା : ବିହାର ବିଧାନସଭାର ତୃତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ବିଭିନ୍ନ ରାଜନୈତିକ ଦଳର ଷ୍ଟାର ପ୍ରଚାରକ ମାନେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। । ସେ ପ୍ରଚାର କରୁଥିବା ସମୟରେ ଲୋକମାନେ ତାଙ୍କ ଉପରକୁ ପିଆଜ ମାଡ଼ କରିଥିବା ଜଣାପଡ଼ିଛି।ଆଜି ନୀତୀଶ କୁମାରଙ୍କ ଏକ ସଭାରେ ଅପ୍ରୀତିକର ଘଟଣା ଦେଖିବାକୁ ମିଳିଛି।
ଆଜି ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି l ନୀତୀଶ କୁମାର ମଧୁବନୀ ଜିଲ୍ଲାର ହରଲାଖୀରେ ଆୟୋଜିତ ଏକ ସାଧାରଣ ସଭାରେ ଭାଷଣ ଦେବା ସମୟରେ ଯେମିତି ‘ଚାକିରି’ ପ୍ରସଙ୍ଗ ଉଠାଇଲେ, ଉପସ୍ଥିତ ଲୋକଙ୍କ ଭିତରୁ ବେଶ୍ କେତେଜଣ ନାରାବାଜୀ ଆରମ୍ଭ କରି ଦେଇଥିଲେ। କେବଳ ସେତିକି ନୁହେଁ, ଭିଡ ଭିତରୁ ତାଙ୍କ ଉପରକୁ ପଥର ଓ ପିଆଜ ମାଡ଼ ମଧ୍ୟ ହୋଇଥିଲା।