ନଭେମ୍ବର ୨୭ ତାରିଖ ଦ୍ବାଦଶୀ ତିଥିରେ ପ୍ରଭୁ ଜଗନ୍ନାଥ ,ପ୍ରଭୁ ବଳଭଦ୍ର ଓ ମାତା ସୁଭଦ୍ରା ରତ୍ନ ସିଂହାସନରେ ଦିବ୍ୟ ନାଗାର୍ଜୁନ ବେଶରେ ସୁସଜ୍ଜିତ ହେବେ। ମାତ୍ର କରୋନା ନିମନ୍ତେ ଅଗଣିତ ଭକ୍ତ ମାନେ ଭଗବାନଙ୍କର ଏହି ଅପୂର୍ବ ଲୀଳା ଦର୍ଶନରୁ ବଞ୍ଚିତହେବେ । କରୋନା ମହାମାରୀର ପ୍ରଭାବ ଯୋଗୁ ମହାପ୍ରଭୁଙ୍କର ଏହି ଆକର୍ଷଣୀୟ ବେଶ ଦର୍ଶନ ଲାଗି ଏଥର ସର୍ବସାଧାରଣ ପ୍ରବେଶ ନିଷେଧ ରହିଛି। ସ୍ବାଭାବିକ ଭାବେ ଲକ୍ଷ ଲକ୍ଷ ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଏହି ଖବର ନିରାଶ କରିଛି l
ଭକ୍ତର ଠାକୁର ଆମ ପ୍ରଭୁ ଜଗନ୍ନାଥ ସେ ବା କେମିତି ଭକ୍ତର ଦୁଃଖ ଦେଖିବେ l ଏବେ ଏକ ଖବର ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଆଶ୍ବସ୍ତି କରିଛି l ଅର୍ଥାତ ୨୦୨୧ ରେ ମଧ୍ୟ ପଞ୍ଚୁକ ଛଅ ଦିନ ପଡ଼ୁଛି ଏବଂ ଆସନ୍ତା ବର୍ଷ ବି ମହାପ୍ରଭୁ ନାଗାର୍ଜୁନ ବେଶ ଧାରଣ କରିବେ l ଏଠାରେ ସୁଚନା ଯୋଗ୍ୟ ଯେ ୧୯୯୩ ଓ ୧୯୯୪ ମସିହାରେ ଲଗାତାର ଭାବେ ଯେଭଳି ମହାପ୍ରଭୁ ଦୁଇଥର ନାଗାର୍ଜୁନ ବେଶରେ ଦର୍ଶନ ଦେଇଥିଲେ l ୧୯୯୪ ମସିହା ପରେ ଚଳିତବର୍ଷ (୨୦୨୦ ନଭେମ୍ବର ୨୭ ତାରିଖ) ନାଗାର୍ଜୁନ ବେଶରେ ପ୍ରଭୁ ଜଗନ୍ନାଥ ,ପ୍ରଭୁ ବଳଭଦ୍ର ଓ ମାତା ସୁଭଦ୍ରା ଦର୍ଶନ ଦେବେ l ଦୀର୍ଘ ୨୫ ବର୍ଷ ପରେ ନାଗାର୍ଜୁନ ବେଶ ପଡୁଥିବା କାରଣରୁ ଭକ୍ତ ପ୍ରଭୁଙ୍କର ଏହି ଦୁର୍ଲଭ ଦର୍ଶନରୁ ବଞ୍ଚିତ ହୋଇ ନିରାଶ