ଭୁବନେଶ୍ୱର : ଆଜି ଓଡ଼ିଶାରେ ଦୁଇଟି ବିଧାନସଭା ଆସନରେ ଉପ ନିର୍ବାଚନ ହେଉଛି। ଏହି ଉପ ନିର୍ବାଚନ ଉପରେ ନିଜର ମତ ରଖିଛନ୍ତି ସମତା କ୍ରାନ୍ତି ଦଳର ରାଜ୍ୟ ଯୁବ ସଭାପତି ସାରଦା ପ୍ରସନ୍ନ ସ୍ୱାଇଁ। ସେ କହିଛନ୍ତି ଯେ ଆଜି କାଲି ନିର୍ବାଚନ ଯେଉଁ ଭଳି ଢଂଗରେ ହଉଛି ତାହା କାହାକୁ ଅଛପା ନାହିଁ । ଏମିତିକି ସାଧାରଣ ଜନତା ,ନେତା ,ପ୍ରଶାସନ ଓ ନିର୍ବାଚନ ଅଧିକାରୀ ସମସ୍ତେ ଜାଣିଛନ୍ତି ସ୍ୱଛତା କେତେ !
ସେ ଏହା ସହିତ ଏହି ପ୍ରକ୍ରିୟା କୁ ବ୍ୟଙ୍ଗାତ୍ମକ ଢଙ୍ଗରେ କହିଛନ୍ତି ଯେ ଏତେ ପାଲା କରିବା ଅପେକ୍ଷା ନିର୍ବାଚନ ମଣ୍ତଳି ଗୁଡାକୁ ନିଲାମ ପ୍ରକ୍ରିୟାରେ ନେତା ବାଛିବାକୁ ମୁଁ ମାନ୍ଯବର ନିର୍ବାଚନ କମିଶନଂକ ପାଖରେ ଦାବି କରୁଛି । ଯଥା ଖଣି ଖାଦନ ଥିବା ନିର୍ବାଚନ ମଣ୍ତଳି ଅଧିକ ରେଟ୍ରେ ଯିବ , ଉପକୁଳ ଏରିଆ ତାଠାରୁ କମ ରେଟରେ ଯିବ ଓ ଆଦିବାସୀ ଏରିଆ ଆଉଟିକେ କମରେ ଯିବ ।