ବରଗଡ଼ ରୁ ଡି.ଏମ୍.ଓ ଙ୍କ ଚର୍ଚ୍ଚିତ ମେଲେରିଆ ଗ୍ରାମ ହରଡାଟାଲ ପରିଦର୍ଶନ

Advertisement
Advertisement
Click for Any Complaint Regarding This News
AAA Online Services

ପଦ୍ମପୁର:- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅଧିନସ୍ଥ ବୁକୁରାମୁଣ୍ଡା ସି.ଏଚ.ସି ଅଧିନରେ ଥିବା ପଲସଦା ସବସେଣ୍ଟର ର ହରଡାଟାଲ ଗ୍ରାମ କୁ ଆଜି ଡି.ଏମ୍.ଓ ଡାକ୍ତର ସାଧୁଚରଣ ଦାଶ ତାଙ୍କ ଟିମ୍ ସହିତ ଆସି ପହଁଚିଥିଲେ l

ମେଲେରିଆ ପ୍ରବଣ ଅଞ୍ଚଳ ଭାବେ ବିବେଚିତ ବ୍ଲକ ମାନଙ୍କୁ ରାଜ୍ୟସରକାର ବିନାମୂଲ୍ୟରେ କୀଟନାଶକ ଔଷଧ ବୋଳା ମଶାରୀ ଯୋଗାଇ ଦେଇଛନ୍ତି ତାକୁ ଶୋଇବା ସମୟରେ ସମସ୍ତ ଙ୍କୁ ମୋର ଅନୁରୋଧ ଯେ ମଶାରୀ ବ୍ୟବହାର କରନ୍ତୁ ବୋଲି ଡି.ଏମ୍.ଓ ଡଃ ଦାଶ ହରଡାଟାଲ ଗ୍ରାମବାସୀ ଙ୍କୁ କହିଥିଲେ l ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ଭଳି ଜଣାପଡିଛି l

ଗ୍ରାମ ର ପରିତ୍ୟକ୍ତ ଯାଗା, ନଳକୂପ ସ୍ଥାନ କୁ ସଫା ସୁତୁରା ରଖିବା, ବିଭିନ୍ନ ସ୍ଥାନରେ ଥିବା ଖାଲ ମାନଙ୍କୁ ପୋତିବା ସହ ସଚେତନ ରହିଲେ ମଶା ବଂଶ ବିସ୍ତାର କରିପାରିବ ନାହିଁ lଏଣୁ ସମସ୍ତେ ମିଶି ଏହାକୁ ମନ୍ତ୍ର ଭାବେ ସ୍ଵୀକାର କରିବା ଯଦ୍ୱାରା ମେଲେରିଆ ଜ୍ୱର ରୁ ଆମେ ରକ୍ଷା ପାଇପାରିବା ବୋଲି ପଦ୍ମପୁର ଏସ୍.ଡି.ଏମ୍.ଓ ଡାକ୍ତର ତହସିଲ ସାହୁ ଜନସାଧାରଣ ଙ୍କୁ ବୁଝାଇଥିଲେ l

ଉକ୍ତ ମେଡିକାଲ ଟିମ ରେ ଅନ୍ୟ ମାନଙ୍କ ମଧ୍ୟରେ ଡି.ଏ.ଭି-ହେମସାଗର ସାହୁ,ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୁ ଡଃ ସୈlମ୍ୟରଂଜନ ଦାଶ, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ତୁଷକୁମାର ଚନ୍ଦକାର,ଏମ୍.ଟି.ଏସ୍-ସାନୁଜ ଦାଶ,ସୁପରଭାଇଜର୍-ରବିନ୍ଦ୍ର ମୋହନ ଦାଶ ଘର କୁ ଘର ବୁଲି ଲୋକଙ୍କୁ ସଚେତନ କରାଇଥିଲେ lବରଗଡ ଜିଲ୍ଲା ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା

Please Share

Leave a Reply

Your email address will not be published. Required fields are marked *