କଟକ : COVID-19 ବିପକ୍ଷରେ ଶରୀରରେ ବିକଶିତ ଆଣ୍ଟିବଡିର ପ୍ରଭାବ ଜାଣିବା ପାଇଁ ସୋମବାର ଦିନ କଟକ ସହରରେ ଚାରି ଦିନିଆ ସିରୋଲୋଜିକାଲ୍ ସର୍ଭେ ଆରମ୍ଭ ହୋଇଅଛି | ଆଞ୍ଚଳିକ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର ଏମ ଆର ସି) ଓ କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) ର ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହ ମିଳିତ ଭାବେ କରାଯାଉଥିବା ଏହି ସର୍ଭେ ସକାଳ 8 ଟାରେ ଆରମ୍ଭ ହୋଇ ଅପରାହ୍ନ 5 ଟା ପର୍ଯ୍ୟନ୍ତ ଚାଲିବ। ଏଠାରେ ସୁଚନା ଯୋଗ୍ୟ ଯେ ପ୍ରାଥମିକ ଭାବେ ଏହି ସର୍ଭେ 25 ୱାର୍ଡରେ ଆରମ୍ଭ କରାଯାଇଛି l ସମ୍ପୁର୍ଣ ଟିମ୍ କୁ ପାଞ୍ଚଟି ଦଳରେ ବିଭକ୍ତ କରାଯାଇଛି ଓ ପ୍ରତ୍ୟେକ ଟିମ୍ ପାଞ୍ଚଟି ୱାର୍ଡର ଦାୟିତ୍ବ ନେବେ l
ନିଷ୍ପତ୍ତି ଅନୁଯାୟୀ, ପ୍ରତ୍ୟେକ ୱାର୍ଡରୁ 60 ଜଣଙ୍କ ଉପରେ ସେରୋ ପରୀକ୍ଷା କରାଯିବ। ତେବେ ଗର୍ଭବତୀ ମହିଳା ଏବଂ ନାବାଳକ ଓ ନାବାଳିକା ମାନେ ଏହି ସର୍ଭେରୁ ବାଦ ପଡିବେ । ଏହା ଉଲ୍ଲେଖ କରାଯାଇପାରେ ଯେ କଟକ ଜିଲ୍ଲାରେ ସେରୋ ସର୍ଭେ ପୂର୍ବରୁ ବଡମ୍ବା ବ୍ଲକରେ କରାଯାଇଥିଲା।