ସରକାରୀ କର୍ମଚାରୀ ଏବଂ ଜନପ୍ରତିନିଧିମାନେ ସରକାରୀ ସ୍କୁଲରେ ପାଠ ପଢ଼ାନ୍ତୁ : ପଶ୍ଚିମ ଓଡିଶା ଯୁବ ସେନା

Advertisement
Advertisement
Click for Any Complaint Regarding This News
AAA Online Services

“ପଶ୍ଚିମ ଓଡିଶା ଯୁବ ସେନା” ତରଫରୁ ଆଜି ପ୍ରଥମ ଥର ପାଇଁ ଗାଇସିଲେଟ ବ୍ଲକରୁ ସରକାରୀ କର୍ମଚାରୀ ଏବଂ ଜନ ପ୍ରତିନିଧିମାନଙ୍କ ଶିଶୁମାନଙ୍କୁ ବାଧ୍ୟତାମୂଳକ ଭାବେ ସରକାରୀ ସ୍କୁଲରେ ପାଠ ପଢ଼େଇବା ନିମନ୍ତେ ଏବଂ କମ ଛାତ୍ରଛାତ୍ରୀ ଥିବା ସ୍କୁଲ ଗୁଡ଼ିକୁ ବନ୍ଦ ନ କରିବା ସକାଶେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଛି lଏହି ଦାବିପତ୍ର ପ୍ରଦାନ କରିବା ସମୟରେ ଅଚ୍ୟୁତ ସିପୁନ ଖମାରୀ ଏବଂ ଡିଲେଶ୍ୱର ବାଗ ଉପସ୍ଥିତ ଥିଲେ l ଅଗାମୀ ଦିନରେ ଏହି ଦାବୀଗୁଡ଼ିକୁ ପୂରଣ କରା ନଯାଏ ତେବେ “ପଶ୍ଚିମ ଓଡ଼ିଶା ଯୁବସେନା” ରାଜ ରାସ୍ତାକୁ ଓଲହେଇବା ପାଇଁ ବାଧ୍ୟ ହେବ ବୋଲି ଆବାହକ ଡିଲେଶ୍ୱର ବାଗ କହିଛନ୍ତି lଶିକ୍ଷା ହେଉଛି ସମସ୍ତଙ୍କ ମୌଳିକ ଅଧିକାର, ଶିକ୍ଷା ର ଘରୋଇକରଣ ବନ୍ଦ କରାଯାଉ ନଚେତ ଆନ୍ଦୋଳନ ଉଗ୍ର ରୂପ ହେବ l ସମସ୍ତ ବେତନ ଭୋଗୀ ସରକାରୀ କର୍ମଚାରୀମାନେ ନୈତିକତା ଦୃଷ୍ଟି ରୁ ନିଜନିଜ ପିଲାଛୁଆଙ୍କୁ ସରକାରୀ ବିଦ୍ୟାଳୟ ରେ ପାଠ ପଢେଇବା ପାଇଁ ପ୍ରସ୍ତୁତ ହୁଅନ୍ତୁ କାହିଁକି ନା ଆପଣ ମାନଙ୍କ ବେତନ ମୁଖ୍ୟମନ୍ତ୍ରୀ ଙ୍କ କହିବା ଅନୁଯାୟୀ ଲୋକଙ୍କ ଟିକସ ଦିଆ ପଇସାରେ ଦିଆଯାଉଛି, ଆପଣଙ୍କ ଲୋକଙ୍କ ସହ ଧୋକା କରନ୍ତୁ ନାହିଁ ବୋଲି ଶ୍ରୀ ବାଗ କହିଛନ୍ତି lଅଗାମୀ ଦିନମାନଙ୍କରେ ପଶ୍ଚିମ ଓଡିଶା ର ସମସ୍ତ ବ୍ଲକରୁ ଏହି ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯିବ ବୋଲି ପଶ୍ଚିମ ଓଡିଶା ଯୁବସେନା ଏକ ବାର୍ତ୍ତା ଦେଇଛନ୍ତି lଏହି ଉଦ୍ଦେଶ୍ୟ ସଫଳ ହେଲେ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି lବରଗଡ ଜିଲ୍ଲା ପଦ୍ମପୁରରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା

Please Share

Leave a Reply

Your email address will not be published. Required fields are marked *